NNS ଓଡିଆ
  • ତାଜା ଖବର
  • ଟ୍ରେଣ୍ଡିଂ ଖବର
  • ରାଜ୍ୟ
    • ପ୍ରମୁଖ ଖବର
    • ଚର୍ଚ୍ଚିତ ଖବର
    • ସହର/ମହାନଗର
    • ରାଜନୀତି
    • ଦୁର୍ଘଟଣା
    • ଅପରାଧ
    • କୃଷି ଓ କୃଷକ
    • ଐତିହ୍ୟ
    • ଗାଁ କଥା
    • ଖଟି ଖବର
  • ଜାତୀୟ
  • ସମଗ୍ର ଦୁନିଆ
  • କ୍ରୀଡ଼ା
  • ବାଣିଜ୍ୟ
    • ଜୀବନଚର୍ଯ୍ୟା
    • ଜ୍ୟୋତିଷ
  • ମନୋରଞ୍ଜନ
    • ଭିଡ଼ିଓ ଗ୍ୟାଲେରି
  • ଶିକ୍ଷା ଓ ନିଯୁକ୍ତି
  • ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା
  • ସ୍ବାସ୍ଥ୍ୟ
  • ଅତିଥି ସ୍ତମ୍ଭ
No Result
View All Result
  • ତାଜା ଖବର
  • ଟ୍ରେଣ୍ଡିଂ ଖବର
  • ରାଜ୍ୟ
    • ପ୍ରମୁଖ ଖବର
    • ଚର୍ଚ୍ଚିତ ଖବର
    • ସହର/ମହାନଗର
    • ରାଜନୀତି
    • ଦୁର୍ଘଟଣା
    • ଅପରାଧ
    • କୃଷି ଓ କୃଷକ
    • ଐତିହ୍ୟ
    • ଗାଁ କଥା
    • ଖଟି ଖବର
  • ଜାତୀୟ
  • ସମଗ୍ର ଦୁନିଆ
  • କ୍ରୀଡ଼ା
  • ବାଣିଜ୍ୟ
    • ଜୀବନଚର୍ଯ୍ୟା
    • ଜ୍ୟୋତିଷ
  • ମନୋରଞ୍ଜନ
    • ଭିଡ଼ିଓ ଗ୍ୟାଲେରି
  • ଶିକ୍ଷା ଓ ନିଯୁକ୍ତି
  • ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା
  • ସ୍ବାସ୍ଥ୍ୟ
  • ଅତିଥି ସ୍ତମ୍ଭ
No Result
View All Result
NNS ଓଡିଆ
No Result
View All Result
Home ଏନ ଏନ ଏସ ଓଡ଼ିଆ

ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ଅପେକ୍ଷାରେ ଶହ ଶହ ବିପନ୍ନ

nns odia by nns odia
20/09/2023
in ଏନ ଏନ ଏସ ଓଡ଼ିଆ, ରାଜ୍ୟ
0
0
ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ଅପେକ୍ଷାରେ ଶହ ଶହ ବିପନ୍ନ
0
SHARES
1
VIEWS
Share on FacebookShare on WhatsappShare on Twitter

ଅନୁକମ୍ପାମୂଳକ ନିଯୁକ୍ତି ଦେବାପାଇଁ ପୂର୍ବରୁ ଯେଉଁ ବ୍ୟବସ୍ଥା ଥିଲା .  ସେଥିରେ ପରିବର୍ତ୍ତନ ଅଣାଯିବା ପରେ ଅନୁକମ୍ପାମୂଳକ ନିଯୁକ୍ତି କ୍ଷେତ୍ରରୁ ଦୟା ଓ ଅନୁକମ୍ପା ଶବ୍ଦ ଲୋପ ପାଇଯାଉଛି ବୋଲି ବିପନ୍ନ ପରିବାରର ଲୋକେ ଖୋଲା ଅଭିଯୋଗ କରୁଛନ୍ତି ।

ଏମିତିକି ବର୍ଷ ବର୍ଷ ଧରି ଅନୁକମ୍ପାମୂଳକ ନିଯୁକ୍ତି ନପାଇ ଦୁର୍ଦ୍ଦିନରେ କାଳାତିପାତ କରୁଥିବା ପରିବାର ପକ୍ଷରୁ ଆଇନ ଅଦାଲତର ଆଶ୍ରୟ ନିଆଯାଇ ନିଯୁକ୍ତି ପ୍ରସଙ୍ଗରେ ଅଦାଲତଙ୍କ ରାୟ ଆସିବା ପରେ ବି ବହୁ କ୍ଷେତ୍ରରେ କର୍ତ୍ତୃପକ୍ଷ ନିଯୁକ୍ତି ଦେଉନଥିବାରୁ ଏବେ ହାଇକୋର୍ଟରେ ମାଳ ମାଳ ଅଦାଲତ ଅବମାନନା ମାମଲା ରୁଜୁ ହେଉଥିବାବେଳେ ଅନ୍ୟପକ୍ଷରେ ଏ ସଂକ୍ରାନ୍ତରେ ଜଣିକିଆ ବିଚାରପତିଙ୍କ ବେଞ୍ଚ ଦେଉଥିବା ରାୟ ବିରୁଦ୍ଧରେ ଦୁଇଜଣିଆ ଖଣ୍ଡପୀଠଙ୍କ ନିକଟରେ ସରକାରଙ୍କ ପକ୍ଷରୁ ଶତାଧିକ ରିଟ୍‍ ଅପିଲ୍‍ ରୁଜୁ କରାଯାଉଛି । ମୁଖ୍ୟ ବିଚାରପତି ଶୁଭାଶିଷ ତାଳପତ୍ର ଓ ଅନ୍ୟତମ ବିଚାରପତି ଏମ୍‍. ଏସ୍‍. ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠଙ୍କ ନିକଟରେ ଏଭଳି ୧୮୦ରୁ ଅଧିକ ମାମଲା ବିଚାର ପାଇଁ ଆସିଥିଲା ।

ତେବେ ମାମଲା ଗୁଡିକ ସମ୍ପର୍କରେ ଅଧିକ ତଥ୍ୟ ଦେବାପାଇଁ ସରକାରଙ୍କ ପକ୍ଷରୁ ନିଯୁକ୍ତ ଓକିଲ ଏମ୍‍. କେ. ଖୁଣ୍ଟିଆ ସମୟ ଚାହିଁବାରେ ଖଣ୍ଡପୀଠ ମାମଲାର ଶୁଣାଣି ପାଇଁ ଆସନ୍ତା ସୋମବାରକୁ ଦିନଧାର୍ଯ୍ୟ କରିବା ସହ କେଉଁ ମାମଲାରେ ପ୍ରତିପକ୍ଷ କେବେ ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ଆବେଦନ କରିଥିଲେ ଓ କେବେ ଏହି ପରିବାରର ରୋଜଗାରକ୍ଷମ ସରକାରୀ କର୍ମଚାରୀଙ୍କ ମୃତ୍ୟୁ ହେଲା ତାହାର ତାରିଖ ଆସନ୍ତା ୨୨ ତାରିଖ ସୁଦ୍ଧା ଜଣାଇବା ପାଇଁ କୁହାଯାଇଛି ।

ଇତିମଧ୍ୟରେ ଅନୁରୁପ ଆଉ ଅନେକ ମାମଲାରେ ରିଟ୍‍ ଅପିଲ୍‍ ଦାଖଲ ପାଇଁ ପ୍ରସ୍ତୁତି ଚାଲିଥିବା ଖବର ମିଳିଛି । ତେବେ ନିଯୁକ୍ତି ପ୍ରତ୍ୟାଶୀଙ୍କ ପକ୍ଷରୁ ବି. ଏସ୍‍. ତ୍ରିପାଠୀ, କେ. କେ. ସ୍ୱାଇଁ, ପ୍ରହଲ୍ଲାଦ କୁମାର ସିଂହ, ଅମୀୟ କୁମାର ଛାଟୋୟୀ, ଶିବ ପ୍ରସାଦ ପତି, ପ୍ରଶାନ୍ତ କୁମାର ମିଶ୍ର, କେ. ସି. ସାହୁ, ବିଶ୍ୱବିହାରୀ ମହାନ୍ତି, ରଣଜିତ୍‍ ମହାନ୍ତିଙ୍କ ସମେତ ଶତାଧିକ ଅଭିଜ୍ଞ ଓକିଲ ହାଇକୋର୍ଟରେ ମାମଲା ପରିଚାଳନା କରୁଛନ୍ତି ।
ଏଠାରେ ଉଲ୍ଲେଖନୀୟ ଯେ ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ୧୯୯୦ ମସିହାରେ ରାଜ୍ୟ ସରକାର ପ୍ରଣୟନ କରିଥିବା ଆଇନକୁ ୨୦୧୬ରେ ସଂଶୋଧନ କରାଯାଇଥିଲା ଏବଂ ପରବର୍ତ୍ତୀ ସମୟରେ ୨୦୨୦ ବର୍ଷରେ ଏହି ଆଇନକୁ ଉଚ୍ଛେଦ କରାଯାଇ ନୂଆ ଆଇନ ଅଣାଯାଇଛି । ନୂଆ ଆଇନ ଆସିବା ପୂର୍ବରୁ ଯେଉଁ କ୍ଷେତ୍ରରେ ସରକାରୀ କର୍ମଚାରୀଙ୍କ ମୃତ୍ୟୁ ଘଟିଛି ଓ ତାଙ୍କ ଉତ୍ତରାଧିକାରୀ ନିଯୁକ୍ତି ପାଇଁ ଆବେଦନ କରିଛନ୍ତି ସେ କ୍ଷେତ୍ରରେ ପୁରୁଣା ଆଇନ ଆଧାରରେ ସେମାନଙ୍କ କଥା ବିଚାର କରି ନିଯୁକ୍ତି ଦିଆଯିବ ଏବଂ ଏ ସ୍ଥଳରେ ନୂଆ ଆଇନ ପିଛିଲା ତାରିଖରୁ କାର୍ଯ୍ୟକାରୀ ହୋଇପାରିବନାହିଁ ବୋଲି ସୁପ୍ରିମ୍‍କୋର୍ଟ ମଳୟାନନ୍ଦ ସେଠୀ ବନାମ ଓଡ଼ିଶା ସରକାର ମାମଲାରେ ସ୍ପଷ୍ଟ କରିଦେବା ସହ ଅନୁକମ୍ପାମୂଳକ ନିଯୁକ୍ତି ତୁରନ୍ତ ନଦେଇ ଏହାକୁ ବର୍ଷ ବର୍ଷ ଧରି ଘୋଷାଡିବା ଅନୁଚିତ୍‍ ବୋଲି ଉଲ୍ଲେଖ କରିବା ପରେ ଓଡିଶା ସରକାର ମଳୟାନନ୍ଦ ସେଠୀଙ୍କୁ ନିଯୁକ୍ତି ଦେଇଛନ୍ତି ।

ନିକଟରେ ଓଡ଼ିଶା ହାଇକୋର୍ଟ ଏହି ରାୟ ଆଧାରରେ ଅନେକ ମାମଲା ମଧ୍ୟ ଫଇସଲା କରିଛନ୍ତି । ଏମିତିକି ମାନ୍ୟବର ବିଚାରପତି ଶୁଭାଶିଷ ତାଳପତ୍ର ଓ ଅନ୍ୟତମ ବିଚାରପତି ସାବିତ୍ରୀ ରଥଙ୍କ ଖଣ୍ଡପୀଠ ଏଭଳି ୬ଟି ମାମଲାର ମିଳିତ ଶୁଣାଣି କରି ପୁରୁଣା ଆଇନ ଆଧାରରେ ନିଯୁକ୍ତି ଦେବାଲାଗି ମଧ୍ୟ ରାୟ ଦେଇଛନ୍ତି ।

Plugin Install : Subscribe Push Notification need OneSignal plugin to be installed.
nns odia

nns odia

Related Posts

ନିର୍ବାଚନ ମଣ୍ଡଳୀରୁ ବଡ଼ ଘୋଷଣା : ଡିସେମ୍ବର ୩ରେ ହେବନି ଗଣତି
News

ନିର୍ବାଚନ ମଣ୍ଡଳୀରୁ ବଡ଼ ଘୋଷଣା : ଡିସେମ୍ବର ୩ରେ ହେବନି ଗଣତି

02/12/2023
ଜଗା ଦର୍ଶନ ପାଇଁ ଲାଗି ହେବ ସ୍ବତନ୍ତ୍ର ବ୍ୟବସ୍ଥା ଲାଗୁ ହେବ
News

ଜଗା ଦର୍ଶନ ପାଇଁ ଲାଗି ହେବ ସ୍ବତନ୍ତ୍ର ବ୍ୟବସ୍ଥା ଲାଗୁ ହେବ

02/12/2023
ଦୁଇ ଟ୍ରକ ମୁହାଁମୁହିଁ : ଜଣେ ମୃତ ୧ ଗୁରୁତର
News

ଦୁଇ ଟ୍ରକ ମୁହାଁମୁହିଁ : ଜଣେ ମୃତ ୧ ଗୁରୁତର

01/12/2023
  • About
  • Advertise
  • Careers
  • Contact
Call us: +91 9437055221

© 2023 NNS Odia - Designed by TT INFOTECHS.

No Result
View All Result
  • ତାଜା ଖବର
  • ଟ୍ରେଣ୍ଡିଂ ଖବର
  • ରାଜ୍ୟ
    • ପ୍ରମୁଖ ଖବର
    • ଚର୍ଚ୍ଚିତ ଖବର
    • ସହର/ମହାନଗର
    • ରାଜନୀତି
    • ଦୁର୍ଘଟଣା
    • ଅପରାଧ
    • କୃଷି ଓ କୃଷକ
    • ଐତିହ୍ୟ
    • ଗାଁ କଥା
    • ଖଟି ଖବର
  • ଜାତୀୟ
  • ସମଗ୍ର ଦୁନିଆ
  • କ୍ରୀଡ଼ା
  • ବାଣିଜ୍ୟ
    • ଜୀବନଚର୍ଯ୍ୟା
    • ଜ୍ୟୋତିଷ
  • ମନୋରଞ୍ଜନ
    • ଭିଡ଼ିଓ ଗ୍ୟାଲେରି
  • ଶିକ୍ଷା ଓ ନିଯୁକ୍ତି
  • ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା
  • ସ୍ବାସ୍ଥ୍ୟ
  • ଅତିଥି ସ୍ତମ୍ଭ

© 2023 NNS Odia - Designed by TT INFOTECHS.

Welcome Back!

Login to your account below

Forgotten Password? Sign Up

Create New Account!

Fill the forms below to register

*By registering into our website, you agree to the Terms & Conditions and Privacy Policy.
All fields are required. Log In

Retrieve your password

Please enter your username or email address to reset your password.

Log In

Add New Playlist

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.