ଏମିତି ବାହାଘର, ବିନା ନିମନ୍ତ୍ରଣରେ ଆସିଲେ ହଜାର ହଜାର ଅତିଥି

ଏମିତି ବାହାଘର, ବିନା ନିମନ୍ତ୍ରଣରେ ଆସିଲେ ହଜାର ହଜାର ଅତିଥି

Spread this article

ରବନେ ବନାଦି ଯୋଡି | କୁହାଯାଏ ସ୍ଵର୍ଗରେ ସ୍ଥିର ହୋଇଥାଏ ଯୋଡି | ପ୍ରତି ପୁଅ ଝିଅଙ୍କ ପାଇଁ ପୂର୍ବରୁ ବଛା ହୋଇସାରିଥାଏ ଜୀବନସାଥୀ | ଯିଏ ଯାହା ପାଇଁ ସ୍ଥିର ହୋଇଥାନ୍ତି ସିଏ କେମିତି ନା କେମିତି ବୁଲି ବୁଲି ଆସି ତାଙ୍କ ପାଖରେ ପହଞ୍ଚିଯାଏ । ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ବିହାର ଭାଗଲପୁରରେ | ଏଠାରେ ଏକ ନିଆରା ବିବାହ ଉତ୍ସବ ବେଶ ଚର୍ଚ୍ଚାର ବିଷୟ ପାଲଟିଥିଲା | ତେବେ ବିବାହର ସବୁଠାରୁ ବଡ ସ୍ୱତନ୍ତ୍ରତା ଥିଲା ବରକନ୍ୟାଙ୍କ ଉଚ୍ଚତା | ବରର ଉଚ୍ଚତା ମାତ୍ର ୩୬ ଇଞ୍ଚ ହୋଇଥିବା ବେଳେ କନ୍ୟାର ଉଚ୍ଚତା ମାତ୍ର ୩୪ ଇଞ୍ଚ । ତେବେ ଏହି ଯୋଡ଼ିଙ୍କୁ ଦେଖିବା ପାଇଁ ବିନା ନିମନ୍ତ୍ରଣରେ ପହଞ୍ଚି ଯାଇଥିଲେ ହଜାର ହଜାର ଲୋକ | ଉଭୟ ବର ଏବଂ କନ୍ୟାକୁ ଆଶୀର୍ବାଦରେ ପୋତି ପକାଇଥିଲେ |

ବିହାର ନବଗଛିଆ ଅଭିୟା ବଜାରର ବାସିନ୍ଦା କିଶୋରୀ ମଣ୍ଡଳଙ୍କ ୨୪ ବର୍ଷିୟା ଝିଅ ମମତା କୁମାରୀ | ତାଙ୍କର ବିବାହ ମସାରୁ ନିବାସୀ ବିଦେଶ୍ୱରୀ ମଣ୍ଡଳଙ୍କ ୨୬ ବର୍ଷିୟ ପୁଅ ମୁନ୍ନା ଭାରତୀଙ୍କ ସହ ହୋଇଛି । ତେବେ ଉଭୟଙ୍କ ଉଚ୍ଚତା କମ ଥିବାରୁ ବିବାହ କରିବାରେ ସମସ୍ୟା ହୋଇଥିଲା । ବିବାହ ପାଇଁ ସମସ୍ୟା ସୃଷ୍ଟି କରିଥିଲା ସେମାନଙ୍କ କମ ଉଚ୍ଚତା | ଅନେକ ଦିନ ଧରି ପରିବାର ଲୋକ ଖୋଜାଖୋଜି କରିବା ପରେ ଶେଷରେ ମମତା ଓ ମୁନ୍ନା ପରସ୍ପରକୁ ଖୋଜି ପାଇଥିଲେ । ଦୁହିଁଙ୍କ ବିବାହ ଏତେ ସ୍ୱତନ୍ତ୍ର ଥିଲା ଯେ, ବିବାହ ଦେଖିବା ପାଇଁ ହଜାର ହଜାର ଲୋକଙ୍କ ଭିଡ ଜମିଥିଲା ।

ଏନ ଏନ ଏସ ଓଡ଼ିଆ ଜାତୀୟ ଭିଡ଼ିଓ ଗ୍ୟାଲେରି