ମାଟ୍ରିକ ପରୀକ୍ଷା ଦେଲେ ଫୁଲବାଣୀ ବିଧାୟକ ଅଙ୍ଗଦ କୁମାର କହଁର

ମାଟ୍ରିକ ପରୀକ୍ଷା ଦେଲେ ଫୁଲବାଣୀ ବିଧାୟକ ଅଙ୍ଗଦ କୁମାର କହଁର

Spread this article

ଦୃଢ ଇଛା ଶକ୍ତି ଆଗରେ ହାର ମାନିଛି ବୟସ | ୭୦ ବର୍ଷ ବୟସରେ ମାଟ୍ରିକ ପରୀକ୍ଷା ଦେଉଛନ୍ତି ବିଧାୟକ | ଫୁଲବାଣୀ ବିଧାୟକ ଅଙ୍ଗଦ କୁମାର କହଁର ଆଜି ଦେଇଛନ୍ତି ମାଟ୍ରିକ ପରୀକ୍ଷା | ପରିଣତ ବୟସରେ ବିଧାୟକଙ୍କ ପାଠପଢ଼ା ନିଶାକୁ ନେଇ ଏବେ ଫୁଲବାଣୀରେ ଚର୍ଚ୍ଚା ଜୋର ଧରିଛି |

ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ଅଧୀନରେ ପରୀକ୍ଷା ଦେଉଛନ୍ତି ବିଧାୟକ । ଫୁଲବାଣୀ ରୁଜାଙ୍ଗୀ ହାଇସ୍କୁଲରେ ଅନ୍ୟ ଛାତ୍ରଛାତ୍ରୀଙ୍କ ଭଳି ହାତରେ ଆଡମିଟ୍ କାର୍ଡ ଧରି ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିଥିଲେ ବିଧାୟକ । ପରେ ପରୀକ୍ଷା କେନ୍ଦ୍ରରେ ବସି ଦେଇଥିଲେ ପରୀକ୍ଷା ।

ବିଧାୟକ କହିଛନ୍ତି, ୧୯୭୮ ମସିହାରେ ଫୁଲବାଣୀର ଏଜେଓ ଉଚ୍ଚ ବିଦ୍ୟାଳୟରେ ସେ ପାଠ ପଢୁଥିଲେ | ତେବେ କିଛି ପାରିବାରିକ ସମସ୍ୟା ଯୋଗୁଁ ଦଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷା ଦେଇପାରିନଥିଲେ | ଏହା ପରେ ରାଜନୈତିକ ବ୍ୟସ୍ତତା କାରଣରୁ ସମୟ ବାହାର କରି ପାରି ନଥିଲେ ।ତେଣୁ ଏବେ ଏହି ପରୀକ୍ଷା ଦେଉଛି ବୋଲି କହିଛନ୍ତି ବିଧାୟକ |

ଏନ ଏନ ଏସ ଓଡ଼ିଆ ରାଜନୀତି ରାଜ୍ୟ ଶିକ୍ଷା ଓ ନିଯୁକ୍ତି