ସୁକିନ୍ଦା ମୁଖ୍ୟ ରାଜପଥରୁ ଏକ କୋଇଲା ବୋଝେଇ ଟ୍ରକ ଲୁଟ

ସୁକିନ୍ଦା ମୁଖ୍ୟ ରାଜପଥରୁ ଏକ କୋଇଲା ବୋଝେଇ ଟ୍ରକ ଲୁଟ

Spread this article

ସୁକିନ୍ଦା ମୁଖ୍ୟ ରାଜପଥରୁ ଏକ କୋଇଲା ବୋଝେଇ ଟ୍ରକ ଲୁଟ | ଗତକାଲି ରାତି 12 ଘଟିକା ସମୟରେ ଏକ କୋଇଲା ବୋଝେଇ ଟ୍ରକ ସୁକିନ୍ଦା ମୁଖ୍ୟ ରାଜପଥ ଦେଇ ଯାଉଥିବା ବେଳେ କିଛି ଅଜଣା ଲୁଟେରା ଗାଡ଼ିଟିକୁ ଅଟକାଇଥିଲେ | ଲୁଟେରାମାନେ ଡ୍ରାଇଭରକୁ ମାଡ ମାରିବା ସହ ଗାଡିକୁ ଲୁଟିନେଇଥିଲେ | ଆହତ ଡ୍ରାଇଭର ଜଣକ ହେଲେ ଅନୁଗୁଳ ଜିଲ୍ଲା ପଲ୍ଲହଡା ବ୍ଲକ ଅନ୍ତର୍ଗତ ଯାଉଳୀବନ୍ଧ ବାସିନ୍ଦା ଅନଙ୍ଗ କିଶାନ |

ସୂଚନା ଥାଉ କି, ଗତକାଲି ରାତିରେ ତାଳଚେର କୋଇଲା ଖଣିରୁ ଏକ ଟ୍ରକ(OD 19 F 7931) କୋଇଲା ବୋଝେଇ କରି କଳିଙ୍ଗନଗରସ୍ଥିତ ଜିନ୍ଦଲ କମ୍ପାନୀକୁ ଆଣୁଥିଲା | ଗାଡିଟି ସୁକିନ୍ଦା ଥାନା ଅନ୍ତର୍ଗତ ମୁଖ୍ୟ ରାଜପଥ ଦେଇ ଅତିକ୍ରମ କରୁଥିବା ବେଳେ କିଛି ଲୁଟେରା ଗାଡ଼ିଟିକୁ ଅଟକାଇ ଡ୍ରାଇଭରକୁ ମାଡ ମାରିଥିଲେ | ଏହାପରେ ସେମାନେ ଡ୍ରାଇଭର ଜଣକୁ ଏକ ଗଛରେ ବାନ୍ଧି ଟ୍ରକଟିକୁ ଲୁଟିନେଇଥିଲେ | ଆଜି ସକାଳୁ ସ୍ଥାନୀୟ ବାସିନ୍ଦା ଆହତ ଡ଼୍ରାଇଭରଙ୍କୁ ଉଦ୍ଧାର କରି ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ | ଏହାପରେ ଡ୍ରାଇଭର ଜଣକ ଅଭିଯୋଗ ପାଇଁ ସୁକିନ୍ଦା ଥାନାର ଦ୍ୱାରସ୍ଥ ହୋଇଥିଲେ |

ଅପରାଧ ଏନ ଏନ ଏସ ଓଡ଼ିଆ ରାଜ୍ୟ