ଘଟଣାର ଭିଜୁଆଲ ନେବା ବେଳେ ସାମ୍ବାଦିକଙ୍କ ବୁମ ଫିଙ୍ଗିଦେଲେ ଡାକ୍ତର

ଘଟଣାର ଭିଜୁଆଲ ନେବା ବେଳେ ସାମ୍ବାଦିକଙ୍କ ବୁମ ଫିଙ୍ଗିଦେଲେ ଡାକ୍ତର

Spread this article

ଜଣେ ମହିଳାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଛନ୍ତି କାର୍ଯ୍ୟରତ ଡାକ୍ତର | ଚିକିତ୍ସା ହେବାକୁ ଆସିଥିବା ଶିଶୁର ମାଙ୍କୁ ଡାକ୍ତର ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି | କେନ୍ଦୁଝର ଜିଲ୍ଲା ବଡ଼ବିଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତରଙ୍କ ବିରୋଧରେ ଆସିଛି ଏଭଳି ସଂଗୀନ ଅଭିଯୋଗ | ତେବେ ଉକ୍ତ ଘଟଣାର ଭିଜୁଆଲ ନେବା ବେଳେ ସାମ୍ବାଦିକଙ୍କୁ ମଧ୍ୟ ସମ୍ପୃକ୍ତ ଡାକ୍ତର ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି |

ସୋମବାର ରାତିରେ ଏକ ଛୋଟ ଛୁଆର ଦେହ ଖରାପ ହେବାରୁ ତା ମା ସ୍ଥାନୀୟ ବଡ଼ବିଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଆଣିଥିଲେ | କିନ୍ତୁ ଶିଶୁର ଅବସ୍ଥାରେ ଉନ୍ନତି ନ ଆସିନଥିଲା |ତେଣୁ ତାକୁ କେନ୍ଦୁଝର ଡାକ୍ତରଖାନାକୁ ରେଫେର କରିଦିଅନ୍ତୁ ବୋଲି ଶିଶୁଙ୍କ ମା ସମ୍ପୃକ୍ତ ଡାକ୍ତରଙ୍କୁ ଅନୁରୋଧ କରିଥିଲେ | କିନ୍ତୁ ସମ୍ପୃକ୍ତ ଡାକ୍ତର ଏଥିରେ ଉତ୍ତ୍ୟକ୍ତ ହୋଇ ମହିଳାଙ୍କୁ ଖରାପ ବ୍ୟବହାର ପ୍ରଦର୍ଶନ କରିଥିଲେ | ସେହି ସମୟରେ ସେଠାରେ ଉପସ୍ଥିତ ଜଣେ ସାମ୍ବାଦିକ ଘଟଣାର ଭିଜୁଆଲ ନେବାକୁ ଚେଷ୍ଟା କରିଥିଲେ | କିନ୍ତୁ ଉକ୍ତ ଡାକ୍ତରଙ୍କ ନଜର ସାମ୍ବାଦିକଙ୍କ ଉପରେ ପଡିଯିବାରୁ ସେ ତାଙ୍କ କ୍ୟାମେରା ଓ ବୁମ ଫିଙ୍ଗି ଦେଇଥିଲେ l ଉକ୍ତ ଘଟଣାକୁ ସ୍ଥାନୀୟ ଅଂଚଳରେ ଉତ୍ତେଜନା ପ୍ରକାଶ ପାଇଛି | ସମ୍ପୃକ୍ତ ଡାକ୍ତରଙ୍କ ବିରୋଧରେ ଦୃଦ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି |

ଏନ ଏନ ଏସ ଓଡ଼ିଆ ରାଜ୍ୟ ସ୍ବାସ୍ଥ୍ୟ