ସମ୍ଭାବନା ପରିବାରର ବାର୍ଷିକ ଉତ୍ସବରେ ନବନିର୍ବାଚିତ ଲୋକ ପ୍ରତିନିଧିଙ୍କୁ ସମ୍ଵର୍ଦ୍ଧିତ

ସମ୍ଭାବନା ପରିବାରର ବାର୍ଷିକ ଉତ୍ସବରେ ନବନିର୍ବାଚିତ ଲୋକ ପ୍ରତିନିଧିଙ୍କୁ ସମ୍ଵର୍ଦ୍ଧିତ

Spread this article

ଜଟଣୀର ସାମାଜିକ ଅନୁଷ୍ଠାନ ସମ୍ଭାବନା ପରିବାରର ବାର୍ଷିକ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି | ଏହି ଅବସରରେ ନବନିର୍ବାଚିତ ଲୋକ ପ୍ରତିନିଧି ଓ ଅଧିବକ୍ତାମାନଙ୍କୁ ମା ବାରବାହି ଖଣ୍ଡୁଆଳଙ୍କ ପୀଠ ପରିସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସମ୍ଵର୍ଦ୍ଧିତ କରାଯାଇଛି l

ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ସନ୍ତୋଷ କୁମାର ହୋତାଙ୍କ ଅଧ୍ୟକ୍ଷତାରେ ଏହି ସଭା ଅନୁଷ୍ଠିତ ହୋଇଥିଲା | ଏଥିରେ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷା ଜୟନ୍ତୀ ଛୋଟରାୟ, ଉପାଧ୍ୟକ୍ଷା ଜ୍ୟୋତ୍ସ୍ନା ରାଣୀ ଦାସଙ୍କ ପ୍ରତିନିଧି ଅକ୍ଷୟ କୁମାର ଦାସ, ପୌର ଅଧ୍ୟକ୍ଷ ଅନନ୍ତ ବେହେରା, ଉପାଧ୍ୟକ୍ଷା ଆରତୀ ରାଉତ, ଜଟଣୀ ବାର୍ ଆସୋସିଏସନ୍ ର ସଭାପତି ନିରଞ୍ଜନ ପଣ୍ଡା, ସମ୍ପାଦକ ବିଜୟ କୁମାର ମହାପାତ୍ର, ସହ ସମ୍ପାଦକ ଉମାକାନ୍ତ ମହାପାତ୍ର, ଜଟଣୀ ଓକିଲ ସଂଘର ସଭାପତି ସୁଶିଲ କୁମାର ମହାନ୍ତି ଓ ସମ୍ପାଦକ ଶିବ ପ୍ରସାଦ ରଥ, ବଜରଙ୍ଗୀ ସେନାର ସଭାପତି ରାକେଶ କୁମାର ଦଳାଇ ପ୍ରମୁଖଙ୍କୁ ଉତ୍ତରୀୟ ଓ ଫୁଲ ତୋଡ଼ା ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଆଇନ୍ ପରାମର୍ଶ ଦାତା ଅକ୍ଷୟ ଦାସ, ସଭାପତି ସନ୍ତୋଷ ପାତ୍ର, ଉପସଭାପତି ଅବଦୁଲ ସତ୍ତାର, ସହସମ୍ପାଦକ ଅମିନ ରାଉତ୍ ଓ ନିତ୍ୟଜିତ୍ ଚମ୍ପତି, ସହ କୋଷା କୋଷାଧକ୍ଷI ନିରୂପମା ସ୍ୱାଇଁ, ମମତା ବେହେରା, ପ୍ରଶାନ୍ତ କୁମାର ସାହୁ, ସଞ୍ଜୟ ବରିସଲ, ଅଧ୍ୟାପକ ବିଜୟ ପଣ୍ଡା, ସୁଶାନ୍ତ ରାଉତ ପ୍ରମୁଖ ଯୋଗ ଦେଇଥିବାବେଳେ ସମ୍ପାଦକ ଦେବପ୍ରସାଦ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ l

ଅନ୍ୟାନ୍ୟ ଏନ ଏନ ଏସ ଓଡ଼ିଆ ରାଜ୍ୟ