ବିଧାୟକଙ୍କୁ ପିଠିରେ ବୋହିଲେ ଯବାନ !

ବିଧାୟକଙ୍କୁ ପିଠିରେ ବୋହିଲେ ଯବାନ !

Spread this article
ଜୋତା ଚିନ୍ତା, ଆଣ୍ଠୁଏ ପାଣିରେ ନାଉ ହୋଇ ଡଙ୍ଗାକୁ ଗଲେ ବିଧାୟକ
 
ଆସାମରେ ଜଳିଟ ହେବାରେ ଲାଗିଛି ବନ୍ୟା ସ୍ଥିତି। ପାଣି ଘେରରେ ରହିଛନ୍ତି ହଜାର ହଜାର ଲୋକ। କିନ୍ତୁ ଏଭଳି ପରିସ୍ଥିତିରେ ଜଣେ ବିଧାୟକଙ୍କୁ ଘାରିଛି ଜୋତା ଚିନ୍ତା | ବନ୍ୟା ସ୍ଥିତି ସମୀକ୍ଷା କରିବାକୁ ଯାଇଥିବା ବିଧାୟକଙ୍କ ଜୋତାରେ କାଦୁଅ ଲାଗି ନଷ୍ଟ ହୋଇଯିବା ଭୟରେ ପାଣିରେ ପଶିଲେନି | ଆଣ୍ଠୁଏରୁ ମଧ୍ୟ କମ ପାଣିରେ ଉଦ୍ଧାରକାରୀ ଟିମ୍‌ର ଜଣେ ଯବାନଙ୍କ କାନ୍ଧରେ ନାଉ ହୋଇ ଡଙ୍ଗାକୁ ଯାଇଥିଲେ। ବିଧାୟକଙ୍କ ଏହି ଭିଡିଓ ଏବେ ବେଶ ଭାଇରାଲ ହେବାରେ ଲାଗିଛି ।
 
ଲୁମଡିଙ୍ଗର ବିଜେପି ବିଧାୟକ ଶିବୁ ମିସ୍ରା ବନ୍ୟା ପ୍ରଭାବିତ ହୋଜାଇ ଅଞ୍ଚଳକୁ ସ୍ଥିତି ଅନୁଧ୍ୟାନ ପାଇଁ ଯାଇଥିଲେ । ରାସ୍ତାରେ ପାଣି ଚାଲୁଥିବାରୁ ପାଣିରେ ଚାଲି ଚାଲି ଯିବାକୁ ରାଜି ହୋଇନଥିଲେ ବିଧାୟକ । ଜଣେ ଉଦ୍ଧାରକର୍ମୀଙ୍କ ପିଠିରେ ଲଦି ହୋଇ ଏସଡିଆରଏଫ୍ ବୋଟ୍ ପର୍ଯ୍ୟନ୍ତ ଯାଇଥିଲେ ।
 
ଆସାମର ପ୍ରାୟ ୨୭ଟି ଜିଲ୍ଲା ବନ୍ୟା ଯୋଗୁ ଜଳମଗ୍ନ ହୋଇଛି। ଏଥିରେ ୬.୬ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ବନ୍ୟା ଓ ଭୂସ୍ଖଳନ ଯୋଗୁଁ ବର୍ତ୍ତମାନ ସୁଦ୍ଧା ୯ ଜଣଙ୍କ ମୃତ୍ୟୁ ହେଲାଣି । ଏସବୁ ଭିତରେ ବିଧାୟକ ଶିବୁ ମିସ୍ରା ବନ୍ୟା ସ୍ଥିତିର ସମୀକ୍ଷା କରିବା ପାଇଁ ହୋଜାଇ ଜିଲ୍ଲାକୁ ଯାଇଥିଲେ | କିନ୍ତୁ ବିଧାୟକ ବାବୁଙ୍କ ବୁଟ୍‌ରେ କାଦୁଅ ଲାଗିଯିବ ବୋଲି ସେ ପାଣିରେ ନ ଓହ୍ଲାଇ ଜଣଙ୍କ ପିଠିରେ ନାଉ ହୋଇ ଯାଇ ବୋଟ୍‌ରେ ବସିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। କଂଗ୍ରେସ ମଧ୍ୟ ଏହାକୁ ନେଇ ବିଜେପିକୁ ଟାର୍ଗେଟ୍ କରିଛି। କାଦୁଅରେ ଚାଲିଲେ ବିଧାୟକଙ୍କ ଦାମୀ ଜୋତା ଖରାପ ହୋଇଯାଇଥାନ୍ତା କହି କଂଗ୍ରେସ ବିଧାୟକ ଶିବୁ ମିଶ୍ରଙ୍କୁ ସମାଲୋଚନା କରିଛି ।
 
ସୂଚନା ଥାଉକି, ବନ୍ୟା ଯୋଗୁ ଆସାମର ହୋଜେଇ ସହ ଚାଚର ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଉଭୟ ଜିଲ୍ଲାରୁ ପ୍ରାୟ ୨ ଲକ୍ଷ ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି। ସେନା ଠାରୁ ଆରମ୍ଭ କରି ଏନଡିଆରଏଫ ଟିମ୍‌ ଜଳବନ୍ଦୀ ହୋଇ ରହିଥିବା ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାରେ ଲାଗିଛନ୍ତି।
 
#ShibuMishra #MLA #ASSAM
ଏନ ଏନ ଏସ ଓଡ଼ିଆ ଚର୍ଚ୍ଚିତ ଖବର ଜାତୀୟ ରାଜନୀତି