କେନ୍ଦ୍ରାପଡା ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଜନସଚେତନତା ପଦଯାତ୍ରା

କେନ୍ଦ୍ରାପଡା ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଜନସଚେତନତା ପଦଯାତ୍ରା

Spread this article

କେନ୍ଦ୍ରାପଡା ଜିଲ୍ଲାରେ ଏକ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ଦାବି ଜୋର ଧରିବାରେ ଲାଗିଛି | ଆଜି ମେଡିକାଲ କଲେଜ ପ୍ରତିଷ୍ଠା କ୍ରିୟାନୁଷ୍ଠାନ କମିଟିର ଡାକରାରେ ଏକ ଜନ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଛି । ବଳଦେବଜୀୟୁଙ୍କ ରଥଦାଣ୍ଡରୁ ଏହି ପଦଯାତ୍ରା ବାହାରି ସହର ପରିକ୍ରମା କରି ନୂଆମଟରଷ୍ଟାଣ୍ଡରେ ପହଞ୍ଚିଥିଲା । ପଦଯାତ୍ରାରେ କୃଷକ, ଚାଷୀମୂଲିଆ, ଅବସରପ୍ରାପ୍ତ ସରକାରୀ କର୍ମଚାରୀ, ଛାତ୍ର ସଂଗଠନ, ଯୁବକ, ମହିଳା, ସାଧାରଣ ଜନତା ସାମିଲ ହୋଇ କେନ୍ଦ୍ରାପଡା ଜିଲ୍ଲାରେ ଏକ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ସରକାରଙ୍କ ନିକଟରେ ଦାବି କରିଛନ୍ତି ।

ଏକଦା ବିଜୁ ବାବୁଙ୍କ କର୍ମଭୂମି ଥିବା କେନ୍ଦ୍ରାପଡା ଜିଲ୍ଲା ଏବେ ଅବହେଳିତ । ଅର୍ଥନୈତିକ ବିକାଶରେ ପଛୁଆ ଜିଲ୍ଲା ଭାବେ ପରିଚିତ ଏହି ଅଞ୍ଚଳର ଲୋକମାନେ ସାମାନ୍ୟ ରୋଗ ପାଇଁ କଟକ ଭୁବନେଶ୍ୱର ଯାଇ ଖର୍ଚ୍ଚାନ୍ତ ହୋଇ ଜମିବାଡି ବିକୁଛନ୍ତି । ଜିଲ୍ଲା ଡାକ୍ତରଖାନାରେ ଡାକ୍ତର ନଥିବାରୁ ସ୍ଵାସ୍ଥ୍ୟସେବା ବିପର୍ଯ୍ୟୟ | ଜିଲ୍ଲାରେ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ଦାବି ବହୁ ପୁରୁଣା ହୋଇଥିଲେ ମଧ୍ୟ ସରକାରଙ୍କର ଆନ୍ତରିକତା ଅଭାବରୁ ଏହି ଦାବି ପ୍ରତି ସରକାର ଧ୍ୟାନ ଦେଉନାହାନ୍ତି । ମେଡିକାଲ କଲେଜ ପ୍ରତିଷ୍ଠା ଦାବି ନେଇ ଆଗରୁ ବିଭିନ୍ନ ଆନ୍ଦୋଳନ ପରେ ଏହା ପ୍ରଥମ ଜନସଚେତନତା ପଦଯାତ୍ରା କେନ୍ଦ୍ରାପଡା ସହରରେ ଆରମ୍ଭ ହୋଇଛି । ଏହାପରେ ଏହି ଜନ ସଚେତନତା ଗାଁ ଗାଁରେ ପହଞ୍ଚାଇବାକୁ ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ କୁହାଯାଇଛି । ମେଡିକାଲ କଲେଜ ପ୍ରତିଷ୍ଠା କ୍ରିୟାନୁଷ୍ଠାନ କମିଟିର ସଭାପତି ଅଜୟ ସାମଲଙ୍କ ନେତୃତ୍ୱରେ ଏହି ସଚେତନତା ଶୋଭାଯାତ୍ରାରେ ଆବାହକ ଗୟାଧର ଧଳ, ଫକିରଚରଣ ଖଟୁଆ ଆଦି ବହୁ ନେତା ସାମିଲ ହୋଇଥିଲେ ।

ଏନ ଏନ ଏସ ଓଡ଼ିଆ ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ବାସ୍ଥ୍ୟ