ଜୁନ୍ ୯ରେ ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ

ଜୁନ୍ ୯ରେ ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ

Spread this article

ଓଡ଼ିଶାର କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର। ଆଇପିଏଲ ପରେ ବାରବାଟୀରେ ପୁଣି ଖେଳାଯିବ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ । ଜୁନ୍ ୯ରେ ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ମ୍ୟାଚ୍‌ ଖେଳାଯିବ | ୫ଟି ପର୍ଯ୍ୟାୟରେ ଟି-୨୦ ସିରିଜ୍ ଖେଳାଯିବ | ତେବେ ସିରିଜର ପ୍ରଥମ ମ୍ୟାଚ୍ କଟକରେ ଖେଳାଯିବ । ଏନେଇ ବିସିସିଆଇ ପକ୍ଷରୁ ଘୋଷଣା କରାଯାଇଛି । ପ୍ରଥମଥର ପାଇଁ ଦକ୍ଷିଣ ଆଫ୍ରିକା ଟିମ ବାରବାଟୀରେ ମ୍ୟାଚ୍‌ ଖେଳିବାକୁ ଆସୁଥିବାରୁ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ବଢ଼ି ଯାଇଛି।

 

ଏହା ପୂର୍ବରୁ ମଧ୍ୟ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ବାରବାଟୀରେ ହେବାର ଥିଲା। । କିନ୍ତୁ କରୋନା ମହାମାରୀ ପାଇଁ ଏହାକୁ କୋଲକତାର ଇଡେନ ଗାର୍ଡେନକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ଏବେ ପୁଣି ଥରେ ବାରବାଟୀକୁ ଆଉ ଏକ ମ୍ୟାଚ ମିଳିଥିବାରୁ ସମସ୍ତେ ଜୁନ ୯ ତାରିଖକୁ ଅପେକ୍ଷା କରିଛନ୍ତି। ଜୁନ୍ ୯ରୁ ୧୯ ତାରିଖ ପର୍ଯ୍ୟନ୍ତ ୫ଟି ଟି-୨୦ ସିରିଜ୍ ଖେଳାଯିବ । କଟକ, ବିଶାଖାପଟଣମ୍, ଦିଲ୍ଲୀ, ରାଜକୋଟ ଓ ଚେନ୍ନାଇରେ ଏହି ମ୍ୟାଚ୍ ଖେଳାଯିବ ବୋଲି ଜଣାଯାଇଛି ।

ଏନ ଏନ ଏସ ଓଡ଼ିଆ କ୍ରୀଡ଼ା ଜାତୀୟ ରାଜ୍ୟ