ଦମଦାର ନାଚକୁ  ନେଇ ଚର୍ଚ୍ଚାରେ ଜେଡିୟୁ ବିଧାୟକ, ଭିଡିଓ ଭାଇରାଲ

ଦମଦାର ନାଚକୁ ନେଇ ଚର୍ଚ୍ଚାରେ ଜେଡିୟୁ ବିଧାୟକ, ଭିଡିଓ ଭାଇରାଲ

Spread this article

ବିହାର ଜେଡିୟୁ ବିଧାୟକ ଗୋପାଳ ମଣ୍ଡଳ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି। ଏବେ ପୁଣି ଥରେ ସେ ଚର୍ଚ୍ଚାକୁ ଆସିଛନ୍ତି | ଏଥର ଗୋପାଳ ମଣ୍ଡଳ ତାଙ୍କର କୌଣସି ବିବାଦୀୟ ମନ୍ତବ୍ୟକୁ ନେଇ ନୁହେଁ ବରଂ ତାଙ୍କ ଦମଦାର ନାଚକୁ ସେ ଚର୍ଚ୍ଚାକୁ ଆସିଛନ୍ତି | ବିଧାୟକ ଗୋପାଳ ମଣ୍ଡଳ ଏକ ବିବାହ କାର୍ଯ୍ୟରେ ବଲିଉଡ ଗୀତରେ ଧୁମ ନାଚୁଥିବା ଦେଖିବାକୁ ମିଳିଛି | ତାଙ୍କର ଏହି ଭିଡିଓ ଏବେ ବେଶ ଭାଇରାଲ ହେବାରେ ଲାଗିଛି |

ବିଧାୟକ ଗୋପାଳ ମଣ୍ଡଳ ଏକ ବିବାହ ଉତ୍ସବରେ ଗାୟିକା ନେହା କକ୍କରଙ୍କ ବଲିଉଡର ପ୍ରସିଦ୍ଧ ଗୀତ ‘ଅବ ତୋ ହୋଶ ନା ଖବର ହୈ, ତୁଝସେ ମିଲନେ କେ ବାଦ ଦିଲବର୍’ ରେ ନାଚୁଥିବାର ନଜର ଆସିଛନ୍ତି | ମଣ୍ଡଳ ଧଳା କୁର୍ତ୍ତା-ପାଇଜାମା ପିନ୍ଧିବା ସହ ମୁଣ୍ଡରେ ପଗଡ଼ି ବାନ୍ଧିଛନ୍ତି | ତେଣୁ ଏଥିରୁ ସ୍ପଷ୍ଟ ହୋଇଛି ଯେ ଜଣେ ନିକଟ ସମ୍ପର୍କୀୟଙ୍କ ବିବାହ ଉତ୍ସବରେ ସେ ଖୁବ ମଜା ନେଉଛନ୍ତି | ଗୋପାଳ ମଣ୍ଡଳ ବିହାର ଭାଗଲପୁର ଜିଲ୍ଲାର ନଵଗଛିଆ ବିଧାନସଭା ଆସନର ବିଧାୟକ। ତେବେ ଏହା ପୂର୍ବରୁ ମଧ୍ୟ ଗୋପାଳ ମଣ୍ଡଳଙ୍କ ଭିଡିଓ ଭାଇରାଲ ହୋଇଛି। ଟ୍ରେନରେ ହାଫପ୍ୟାଣ୍ଟରେ ଥିବା ଗୋପାଳ ମଣ୍ଡଳଙ୍କ ଭିଡିଓକୁ ନେଇ ମଧ୍ୟ ବହୁତ ଚର୍ଚ୍ଚା ହୋଇଥିଲା।

ଏନ ଏନ ଏସ ଓଡ଼ିଆ ଜାତୀୟ ଭିଡ଼ିଓ ଗ୍ୟାଲେରି ରାଜନୀତି