ବାଲିମେଳା ଜଳଭଣ୍ଡାରରେ ଆଜି ବୁଡି ଯାଇଛି ଡଙ୍ଗା | ଡଙ୍ଗା ବୁଡିବା ଯୋଗୁ ନିଖୋଜ ହୋଇଯାଇଛନ୍ତି ଦୁଇ ବ୍ୟକ୍ତି । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସ୍ଵାଭିମାନ ଅଂଚଳରେ ବାଲିମେଳା ଜଳଭଣ୍ଡାରରେ ଘଟିଛି ଏହି ଦୁର୍ଘଟଣା | ନିଖୋଜ ଥିବା ବ୍ୟକ୍ତି ହେଉଛନ୍ତି ଅଣ୍ଡରାପାଲି ଗ୍ରାମ ପଂଚାୟତର ଓରାପଦର ଗ୍ରାମର ବାସିନ୍ଦା।
ଆଜି ନାରିଙ୍ଗଝୋଲା ଗ୍ରାମରେ ସାପ୍ତାହିକ ହାଟ ସାରି ଦେଶୀ ଡ଼ଙ୍ଗା ମାଧ୍ୟମରେ ତିନିଜଣ ଫେରିବା ସମୟରେ ଓରାପଦର ପାଖରେ ଡଙ୍ଗା ବୁଡି ଯାଇଥିଲା। ଦୁଇ ଜଣ ନିଖୋଜ ଥିବା ବେଳେ ଜଣେ ପାଣିରେ ପହଁରି ଓରାପଦର କୂଳରେ ପହଂଚି ଯାଇଛନ୍ତି | ଘଟଣାସ୍ଥଳରେ ଗ୍ରାମବାସୀ ଓ ଯୋଡ଼ାଆମ୍ଭ ପୋଲିସ ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ସୂଚନା ମିଳିଛି।