ଗୋଟିଏ ବର୍ଷ ଭିତରେ ଦୁଇ ଜଣଙ୍କ ଆତ୍ମହତ୍ୟାକୁ ନେଇ ମେଡିକାଲ କଲେଜ ଡିନଙ୍କୁ ଭେଟିଛି ଆକ୍ସନ କମିଟି

ଗୋଟିଏ ବର୍ଷ ଭିତରେ ଦୁଇ ଜଣଙ୍କ ଆତ୍ମହତ୍ୟାକୁ ନେଇ ମେଡିକାଲ କଲେଜ ଡିନଙ୍କୁ ଭେଟିଛି ଆକ୍ସନ କମିଟି

Spread this article

ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜରେ ଛାତ୍ର ନିଶାନ୍ତଙ୍କ ମୃତ୍ୟୁ ଘଟଣାକୁ ନେଇ ସନ୍ଦେହ ଘନୀଭୂତ ହେବାରେ ଲାଗିଛି | ଗୋଟିଏ ବର୍ଷ ଭିତରେ ଦୁଇ ଦୁଇ ଜଣଙ୍କ ଆତ୍ମହତ୍ୟାକୁ ନେଇ ଆଜି ମେଡିକାଲ କଲେଜ ଅଧ୍ୟକ୍ଷା ତଥା ଡିନଙ୍କୁ ଭେଟିଛି ବଲାଙ୍ଗୀର ଆକ୍ସନ କମିଟି | କମିଟିର ୧୧ ଜଣିଆ ଟିମ୍ ଡିନଙ୍କୁ ସାକ୍ଷାତ କରି ଡିନଙ୍କ ସହ କରିଛନ୍ତି ଆଲୋଚନା | ଗୋଟିଏ ବର୍ଷ ଭିତରେ କିଭଳି ଦୁଇ ଜଣ ଆତ୍ମହତ୍ୟା କଲେ ସେ ନେଇ କର୍ତ୍ତୃପକ୍ଷ ସ୍ପଷ୍ଟୀକରଣ ଦେବା ଆବଶ୍ୟକତା ରହିଛି ବୋଲି କହିଥିଲେ ନାଗରିକ କମିଟି ।

କଲେଜ କ୍ୟାମ୍ପସରେ ରାଗିଂକୁ କିଭଳି ପ୍ରଶୟ ଦିଆଯାଉଛି ତା ଉପରେ ପ୍ରଶ୍ନ କରିଛନ୍ତି ଆକ୍ସନ କମିଟି । ଘଟଣା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଳାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଆକ୍ସନ କମିଟି ଏଭଳି ଆତ୍ମହତ୍ୟା ଘଟଣାକୁ ଗୁରୁତର ସହିତ ଗ୍ରହଣ କରି ପ୍ରଥମେ କଲେଜ ଅଧ୍ୟକ୍ଷା ଓ ପରେ ବଲାଙ୍ଗୀର ଅତିରିକ୍ତ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ବିଷଦ ଭାବରେ ଆଲୋଚନା କରିଛନ୍ତି । ତେବେ ବଲାଙ୍ଗୀର ଆକ୍ସନ କମିଟିର ୧୧ ଜଣିଆ ଟିମରେ ଅବସରପ୍ରାପ୍ତ ଜିଲ୍ଲା ଉପମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସମେତ ଅନେକ ବୁଦ୍ଧିଜୀବି ସାମିଲ ଥିଲେ ।

ଏନ ଏନ ଏସ ଓଡ଼ିଆ ଦୁର୍ଘଟଣା ରାଜ୍ୟ ଶିକ୍ଷା ଓ ନିଯୁକ୍ତି