କରୋନା ନିୟମରେ ପରିବର୍ତ୍ତନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

କରୋନା ନିୟମରେ ପରିବର୍ତ୍ତନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

Spread this article

କରୋନା ଟୀକାକରଣ ଉପରେ ଆଜି ସୁପ୍ରିମକୋର୍ଟ ନେଇଛନ୍ତି ଏକ ବଡ ନିଷ୍ପତ୍ତି । ଟିକା ନେବାକୁ କାହାକୁ ବାଧ୍ୟ କରାଯାଇ ପାରିବ ନାହିଁ । ସରକାର ଭାକସିନ୍ ପାଇଁ କାହାକୁ କରିପାରିବେନି ବାଧ୍ୟ । ଏକ ମାମଲାର ଶୁଣାଣି ବେଳେ ଏପରି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ସରକାର କେବଳ ଟିକା ନେବା ପାଇଁ ପଲିସି ତିଆରି କରିପାରିବେ |

ଟିକାର ତଥ୍ୟ ଏବଂ ଟିକାକୁ ବାଧ୍ୟତାମୂଳକ କରିବା ପାଇଁ ଦାଖଲ ଏକ ଆବେଦନର ଶୁଣାଣି କରି ଏହା କହିଛନ୍ତି କୋର୍ଟ । ତେବେ କୋର୍ଟ କେନ୍ଦ୍ର ସରକାରଙ୍କ କରୋନା ଜନିତ ନିୟମକୁ ଉଚିତ ବୋଲି କହିଛନ୍ତି | ଏଥିସହ ଟିକାର ଟ୍ରାଏଲ ଜାରି ରଖିବାକୁ କହିଛନ୍ତି ।

 

କିଛି ରାଜ୍ୟରେ ସାର୍ବଜନୀନ ସ୍ଥାନରେ ବିନା କରୋନା ଟିକା ପ୍ରମାଣପତ୍ରରେ ଏଣ୍ଟ୍ରି ମିଳୁନାହିଁ। ଯାହାକୁ ନେଇ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହାସହ କରୋନା ନିୟମରେ ପରିବର୍ତ୍ତନ ପାଇଁ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। କରୋନା ଟିକା ନେଇନଥିବା ବ୍ୟକ୍ତିଙ୍କ ପାଇଁ କୌଣସି ପ୍ରକାର କଟକଣା ଲାଗୁ କରାନଯାଉ ବୋଲି ବିଚାରପତି ଏଲ୍. ନାଗେଶ୍ୱର ରାଓ ଏବଂ ବିଆର ଗାଭିଙ୍କୁ ନେଇ ଗଠିତ ଖଣ୍ଡପୀଠ ପକ୍ଷରୁ ଏହି ରାୟ ଦିଆଯାଇଛି ।

ଏନ ଏନ ଏସ ଓଡ଼ିଆ ଜାତୀୟ ସ୍ବାସ୍ଥ୍ୟ