ଯବାନଙ୍କୁ ସଲାମ:  ଖରାରେ ବୃଦ୍ଧାଙ୍କୁ ଖଟିଆରେ ହସ୍ପିଟାଲକୁ ବୋହିକି ନେଲେ ଯବାନ

ଯବାନଙ୍କୁ ସଲାମ: ଖରାରେ ବୃଦ୍ଧାଙ୍କୁ ଖଟିଆରେ ହସ୍ପିଟାଲକୁ ବୋହିକି ନେଲେ ଯବାନ

Spread this article

ଯବାନଙ୍କୁ ସଲାମ | ଡହ ଡହ ଖରାରେ ବୃଦ୍ଧାଙ୍କୁ ଖଟିଆରେ ହସ୍ପିଟାଲକୁ ବୋହିକି ନେଲେ ଯବାନ | ମାଲକାନଗିରି ଜିଲ୍ଲାର ଡିଭିଏଫ ଯବାନଙ୍କ ଏଭଳି ପରୋପକାରୀ କାର୍ଯ୍ୟ ପାଇଁ ଚାରିଆଡୁ ଛୁଟୁଛି ପ୍ରସଂସାର ସୁଅ | ଯବାନଙ୍କ ଏହି ମହତ କାମ ପାଇଁ ଏବେ ଜିତିପାରିଛନ୍ତି ଜିଲ୍ଲାବାସୀଙ୍କ ହୃଦୟ |

ଜିଲ୍ଲାର ମାଥିଲି ବ୍ଲକ ଅନ୍ତର୍ଗତ କମାରପାଲୀ ଅଂଚଳରେ ଏକ ଜନ ସଂପର୍କ ଶିବିର ଅନୁଷ୍ଠିତ ହେବାର ଥିଲା। ଏନେଇ ଗାଁ ଗାଁରେ ପ୍ରଚାର କରାଯାଉଥିଲା। ତେବେ ଯବାନ ଗାଁରେ ପହଞ୍ଚି ଲୋକଙ୍କୁ ଏ ନେଇ ସଚେତନ କରାଉଥିଲେ | ଏହି ସମୟରେ କମାରପାଲୀ ଗ୍ରାମର ଆପୁ ପଡିଆମି ନାମକ ଜଣେ ବୃଦ୍ଧା ରୋଗାଗ୍ରସ୍ତ ହୋଇ ଯନ୍ତ୍ରଣାରେ ଛଟପଟ ହେଉଥିଲେ। ଏହା ଦେଖି ଡିଭିଏଫ ଯବାନମାନେ ତୁରନ୍ତ ବୃଦ୍ଧଙ୍କୁ ସହଯୋଗ କରିବା ପାଇଁ ବାହାରିପଡିଥିଲେ। କିନ୍ତୁ ଉକ୍ତ ଗ୍ରାମକୁ ଭଲ ରାସ୍ତା ନଥିବାରୁ ଗାଁକୁ ଗାଡି ଚଳାଚଳ କରିପାରୁ ନାହିଁ | ତେଣୁ ବୃଦ୍ଧାଙ୍କୁ ଏକ ଖଟିଆରେ ବୋହି କରି ନେଇ ଗାଁ ଠାରୁ ପ୍ରାୟ ଦୁଇ କିଲୋମିଟର ଦୂରରେ ଥିବା ସେମାନଙ୍କର ଗାଡି ନିକଟକୁ ନେଇଥିଲେ | ପରେ ଗାଡିରେ ମାଥିଲି ମେଡିକାଲକୁ ନେଇ ଚିକିତ୍ସା କରାଇଥିଲେ | ଯାହା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି |

ଏନ ଏନ ଏସ ଓଡ଼ିଆ ରାଜ୍ୟ ସ୍ବାସ୍ଥ୍ୟ