ଆଇପିଏଲ୍ ର ପ୍ରଥମ ରୋଜଗାରରେ ବାପାଙ୍କ ପାଇଁ କିଣିବି ଘର : କ୍ରିକେଟର ତିଲକ ବର୍ମା

ଆଇପିଏଲ୍ ର ପ୍ରଥମ ରୋଜଗାରରେ ବାପାଙ୍କ ପାଇଁ କିଣିବି ଘର : କ୍ରିକେଟର ତିଲକ ବର୍ମା

Spread this article

ଯୁବ ଖେଳାଳିଙ୍କ ପାଇଁ ଆଇପିଏଲ୍ ସବୁଠୁ ଭଲ ପ୍ଲାଟଫର୍ମ | ଖେଳାଳିମାନେ ଅନେକ ସ୍ୱପ୍ନ ସହିତ ଏଠାକୁ ଆସନ୍ତି ଏବଂ ପରେ ସମଗ୍ର ଦେଶରେ ନିଜର ପରିଚୟ ସୃଷ୍ଟି କରିପାରନ୍ତି | ଚଳିତ ବର୍ଷ ଏହି ମେଗା ନିଲାମରେ ମଧ୍ୟ ଅନେକ ଯୁବ ଖେଳାଳିଙ୍କ ଭାଗ୍ୟ ଉଦୟ ହୋଇଛି | ଆଇପିଏଲ୍ ୨୦୨୨ ମେଗା ନିଲାମରେ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟ ୧୯ ବର୍ଷ ବୟସ୍କ ଜଣେ ଖେଳାଳିଙ୍କୁ ୧.୭୦ କୋଟି ଟଙ୍କାରେ କିଣିଛି, ଯାହାଙ୍କ ବାପା ଜଣେ ସାମାନ୍ୟ ଇଲେକ୍ଟ୍ରିସିଆନ ଅଟନ୍ତି | ଏବଂ ପୁଅ ତାଙ୍କ ପ୍ରଥମ ଆଇପିଏଲ୍ ରୋଜଗାରରେ ବାପାଙ୍କୁ ଉପହାର ସ୍ୱରୂପ ଏକ ଘର କିଣିକି ଦେବାକୁ ଚାହୁଁଛନ୍ତି | ତେବେ ଆମେ କହୁଛୁ ମୁମ୍ବାଇ ଇଣ୍ଡିଆନ୍ସ କିଣିଥିବା କ୍ରିକେଟର ତିଲକ ବର୍ମାଙ୍କ ବିଷୟରେ |

ମେଗା ନିଲାମରେ ତିଲକ ବର୍ମାଙ୍କ ନାମ ଅଣସଂରକ୍ଷିତ ଖେଳାଳି ଶ୍ରେଣୀରେ ଆସିଥିଲା ​​| ମୁମ୍ବାଇ ଇଣ୍ଡିଆନ୍ସ ଏହି ଖେଳାଳିଙ୍କୁ ୧.୭ କୋଟି ଟଙ୍କାରେ କିଣି ନିଲାମରେ ସନରାଇଜର୍ସ ହାଇଦ୍ରାବାଦ, ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରାଜସ୍ଥାନ ରୟାଲ୍ସକୁ ପଛରେ ପକାଇ ଦେଇଥିଲା | ତିଲକ ବର୍ମା ମଧ୍ୟ ୨୦୨୦ ରେ ଅଣ୍ଡର -୧୯ ବିଶ୍ୱକପ ଦଳରେ ମଧ୍ୟ ସାମିଲ ଥିଲେ | ହାଇଦ୍ରାବାଦ ପାଇଁ ଖେଳିବା ସମୟରେ, ବିଜୟ ହଜାରେ ଟ୍ରଫି ୨୦୨୧-୨୨ ରେ ବର୍ମା ବେଶ ଭଲ ଖେଳ ପ୍ରଦର୍ଶନ କରି ପ୍ରସଂଶିତ ହୋଇଥିଲେ | କାରଣ ସେ ୫ ଟି ମ୍ୟାଚରେ ୧୮୦ ରନ୍ ସଂଗ୍ରହ କରିବା ସହ ୪ ୱିକେଟ୍ ନେଇଥିଲେ। ଏଥି ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ତାଙ୍କୁ କିଣିବାକୁ ଆଗ୍ରହ ପ୍ରକାଶ କରିଥିଲା ବୋଲି କୁହାଯାଉଛି ​​|

ତିଲକ ଏକ ସାକ୍ଷାତକାରରେ କହିଛନ୍ତି ତାଙ୍କ ବାପା ହାଇଦ୍ରାବାଦର ଜଣେ ଇଲେକ୍ଟ୍ରିସିଆନ। ଆମର ଆର୍ଥିକ ଅବସ୍ଥା ସ୍ଵଛଳ ନଥିବାରୁ ଘରର ଖର୍ଚ୍ଚ ତୁଲାଇବା ପାଇଁ ମଧ୍ୟ ବାପାଙ୍କୁ ବହୁ କଷ୍ଟ କରିବାକୁ ପଡେ | ଆମେ ଦୁଇ ଭାଇ | ବଡ ଭାଇ ପାଠ ପଢ଼ାରେ ନିଜର କ୍ୟାରିୟର କରିବାକୁ ଚାହୁଁଥିବା ବେଳେ ମୁ କ୍ରିକେଟରେ କ୍ୟାରିୟର କରିବାକୁ ଚାହୁଁଥିଲି | ଆମ ଦୁହିଁଙ୍କ ସ୍ୱପ୍ନକୁ ପୂରଣ କରିବା ପାଇଁ ବାପାଙ୍କୁ ଅନେକ କଷ୍ଟ ସହିବାକୁ ପଡିଛି | ଆଇପିଏଲରୁ ପାଇଥିବା ମୋ ପ୍ରଥମ ରୋଜଗାରରେ  ବାପା ମାଙ୍କ ପାଇଁ ହାଇଦ୍ରାବାଦରେ ଏକ ଘର କିଣିବାକୁ ଚାହୁଁଛି ବୋଲି କହିଛନ୍ତି ତିଲକ ବର୍ମା |

ଏନ ଏନ ଏସ ଓଡ଼ିଆ କ୍ରୀଡ଼ା ଜାତୀୟ ଜୀବନଚର୍ଯ୍ୟା