ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ନାଁରେ ନକଲି ସିମ୍ , ସାଂସଦ ଅନୁଭବ ମହାନ୍ତିଙ୍କୁ ଟଙ୍କା ମାଗୁଥିଲେ ଠକ

ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ନାଁରେ ନକଲି ସିମ୍ , ସାଂସଦ ଅନୁଭବ ମହାନ୍ତିଙ୍କୁ ଟଙ୍କା ମାଗୁଥିଲେ ଠକ

Spread this article

ବଢୁଛି ସାଇବର ଅପରାଧ | ଅପରାଧୀମାନେ ଏବେ ଆପଣାଇଛନ୍ତି ନୂଆ ଉପାୟ | ଅପରାଧୀମାନେ ବଡ ବଡ ରାଜନେତାଙ୍କ ନାଁରେ ସିମ କାର୍ଡ କିଣି ଆପରାଧିକ କାର୍ଯ୍ୟରେ କରୁଛନ୍ତି ବ୍ୟବହାର | ଲୋକସଭା ବାଚସ୍ପତିଙ୍କ ନାଁରେ ବି ରହିଛି ନକଲି ସିମ । ଓମ ପ୍ରକାଶ ବିର୍ଲାଙ୍କ ନାମରେ ଫେକ ହ୍ଵାଟସଆପ ନମ୍ବରରୁ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କୁ ଆସିଛି ମେସେଜ | ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଅପରାଧୀମାନେ ଏହି ନକଲି ସିମ କାର୍ଡ ବ୍ୟବହାର କରି ସାଂସଦଙ୍କୁ ଟଙ୍କା ମାଗିଛନ୍ତି । ଏଭଳି ମେସେଜ ଆସିଥିବା ଟ୍ୱିଟ କରି ସୂଚନା ଦେଇଛନ୍ତି ନିଜେ ସାଂସଦ ଅନୁଭବ ।

 

9480918183 ନମ୍ବରରୁ ଓମ ବିର୍ଲାଙ୍କ ନାମରେ ତାଙ୍କ ପାଖକୁ ଗତ ରାତିରେ ମେସେଜ ଆସିଥିବା ଅନୁଭବ କହିଛନ୍ତି | ଏ ନେଇ ତଦନ୍ତ ପାଇଁ ସଂସଦ ଅନୁଭବ ଜାତୀୟ ସାଇବର କ୍ରାଇମ ଡିଭିଜନକୁ ଅନୁରୋଧ କରିଛନ୍ତି। ଏଥିସହ ଅନୁଭବ ଗୃହ ମନ୍ତ୍ରଣାଳୟର ସୋସିଆଲ ମିଡିଆ ଫେସବୁକରେ ପୋଷ୍ଟ କରି ଲୋକସଭା ବାଚସ୍ପତି ଓ ଲୋକସଭା ସମ୍ପାଦକଙ୍କୁ ଘଟଣାର ଉଚସ୍ତରୀୟ ତଦନ୍ତ ପାଇଁ ନିବେଦନ କରିଛନ୍ତି।

ଅପରାଧ ଏନ ଏନ ଏସ ଓଡ଼ିଆ ରାଜନୀତି ରାଜ୍ୟ