ଗୁଜରାଟ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା ‘ହାତ’ ଛାଡିଲେ ହାର୍ଦ୍ଦିକ ପଟେଲ

ଗୁଜରାଟ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା ‘ହାତ’ ଛାଡିଲେ ହାର୍ଦ୍ଦିକ ପଟେଲ

Spread this article

ଗୁଜୁରାଟ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ ଝଟ୍‌କା। ହାତ ଛାଡିଲେ ହାର୍ଦ୍ଦିକ ପଟେଲ। କଂଗ୍ରେସ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ହାର୍ଦ୍ଦିକ । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିକଟକୁ ହାର୍ଦ୍ଦିକ ଇସ୍ତଫା ପତ୍ର ପଠାଇଛନ୍ତି । ଇସ୍ତଫା ଦେବା ସହ କଂଗ୍ରେସକୁ କରିଛନ୍ତି ଟାର୍ଗେଟ ।

ହାର୍ଦ୍ଦିକ ଟ୍ଵିଟ୍ କରି କହିଛନ୍ତି ଯେ, ଆଜି ମୁଁ ନିଜକୁ ସାହସ କରି କଂଗ୍ରେସ ପାର୍ଟି ପଦ ଏବଂ ସଦସ୍ୟତାରୁ ଇସ୍ତଫା ଦେଉଛି । ମୋର ଏହି ନିଷ୍ପତ୍ତିକୁ ଜନତା ସ୍ୱାଗତ କରିବେ ବୋଲି ମୋର ଆଶା ଓ ବିଶ୍ୱାସ ରହିଛି । ମୋର ଏହି ପଦକ୍ଷେପ ପରେ ମୁଁ ଗୁଜୁରାଟର ଜନତାଙ୍କ ପାଇଁ ସଚ୍ଚୋଟତାର ସହ କାମ କରିବି ବୋଲି କହିଛନ୍ତି ହାର୍ଦ୍ଦିକ ।

ଗତ କିଛି ଦିନ ହେବ ହାର୍ଦ୍ଦିକ କଂଗ୍ରେସ ନେତାଙ୍କୁ ନେଇ ଅସନ୍ତୁଷ୍ଟ ଥିଲେ। ସେ ଦଳ ଛାଡିବେ ବୋଲି ମଧ୍ୟ ଚର୍ଚ୍ଚା ହେଉଥିଲା। ଏପରିକି ନିଜର ଅସନ୍ତୋଷକୁ ବାରମ୍ବାର ପରିପ୍ରକାଶ ମଧ୍ୟ କରିଛନ୍ତି ହାର୍ଦ୍ଦିକ । କେବଳ ଏତିକି ନୁହେଁ କଂଗ୍ରେସରେ ନିଜର ସ୍ଥିତିକୁ ନେଇ ପ୍ରଶ୍ନ ଉଠାଇଥିଲେ ହାର୍ଦ୍ଦିକ । ଏକ ସାକ୍ଷାତକାର୍‌ରେ ହାର୍ଦ୍ଦିକ କହିଥିଲେ, ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧି କିମ୍ବା ସୋନିଆ ଗାନ୍ଧିଙ୍କ ଉପରେ ନୁହେଁ, ବରଂ ରାଜ୍ୟ ନେତୃତ୍ୱଙ୍କ ଉପରେ ତାଙ୍କର ଅସନ୍ତୋଷ ରହିଛି। ଆଜି ହାର୍ଦ୍ଦିକ ଏ ସବୁ ଚର୍ଚ୍ଚା ଉପରେ ପୂର୍ଣ୍ଣଛେଦ ପକାଇଛନ୍ତି ହାର୍ଦ୍ଦିକ ପଟେଲ।

ଅନ୍ୟପଟେ କଂଗ୍ରେସର ହାତ ଛାଡି ବିଜେପିରେ ଯୋଗ ଦେଇ ପାରନ୍ତି ହାର୍ଦ୍ଦିକ ପଟେଲ ବୋଲି ଚର୍ଚ୍ଚା ହେଉଛି । ଏହା ପଛର ବଡ କାରଣ ହେଉଛି ହାର୍ଦ୍ଦିକ ପଟେଲଙ୍କ ନୂଆ ଫଟୋ । ହ୍ୱାଟସଆପର ନୂଆ ପ୍ରୋଫାଇଲ ଫଟୋରେ ହାର୍ଦ୍ଦିକ ପଟେଲ ଗେରୁଆ ଗାମୁଛା ପକାଇଥିବାର ଦେଖିବାକୁ ମିଳିଛି ।

ଏନ ଏନ ଏସ ଓଡ଼ିଆ ଖବର ଏବେ ଏବେ ରାଜନୀତି ସମଗ୍ର ଦୁନିଆ