ମୁସଲିମ ଯୁବତୀଙ୍କୁ ବିବାହ କରିବାରୁ ହିନ୍ଦୁ ଯୁବକଙ୍କୁ ରଡ଼ରେ ପିଟି ହତ୍ୟା

ମୁସଲିମ ଯୁବତୀଙ୍କୁ ବିବାହ କରିବାରୁ ହିନ୍ଦୁ ଯୁବକଙ୍କୁ ରଡ଼ରେ ପିଟି ହତ୍ୟା

Spread this article

ପ୍ରେମ ମାନେନି ଜାତି, ଧର୍ମର ବାଡ଼ ବନ୍ଧନ | ପ୍ରେମ କରେନି ରଙ୍ଗ ରୂପର ବାଛବିଚାର । କିନ୍ତୁ ଅନେକ ସମୟରେ ପ୍ରେମୀ ଯୁଗଳଙ୍କ ମଧ୍ୟରେ ପାଚେରି ଠିଆ କରେ ଧର୍ମ । ଉଭୟଙ୍କ ଏହି ଶାଶ୍ୱତ ପ୍ରେମକୁ ସ୍ୱୀକାର କରିପାରନ୍ତିନି ପରିବାର ଲୋକେ | ଉଭୟଙ୍କୁ ଅଲଗା କରିବା ପାଇଁ ଧର୍ମ ନାଁରେ ରକ୍ତପାତ କରିବାକୁ ମଧ୍ୟ ପଛାନ୍ତି ନାହିଁ | ହାଇଦ୍ରାବାଦର ସରୋରନଗରରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । ଜଣେ ମୁସଲିମ ଯୁବତୀଙ୍କୁ ବିବାହ କରିବାରୁ ଜଣେ ହିନ୍ଦୁ ଯୁବକଙ୍କୁ ସର୍ବସାଧାରଣରେ ପିଟି ପିଟି ହତ୍ୟା କରାଯାଇଛି। ଏହି ଲୋମହର୍ଷଣକାରୀ ହତ୍ୟାକାଣ୍ଡର ଦୃଶ୍ୟ ମୋବାଇଲ କ୍ୟମେରାରେ କଏଦ ହୋଇଛି। ଏହି ଭିଡିଓ ଏବେ ବେଶ ଭାଇରଲ ହେବାରେ ଲାଗିଛି |

ଭାଇରାଲ ହୋଇଥିବା ଭିଡିଓରେ ମରଣାନ୍ତକ ଆକ୍ରମଣରେ ସ୍ୱାମୀ ଲହୁଲୁହାଣ ହୋଇ ରାସ୍ତା ଉପରେ ପଡ଼ିଛନ୍ତି | ଆକ୍ରମଣକାରୀ ଜଣକ ହାତରେ ଅସ୍ତ୍ରଶସ୍ତ୍ର ଧରି ତାଙ୍କୁ ମାରିବାକୁ ଚେଷ୍ଟା କରୁଛନ୍ତି | ଏହି ସମୟରେ ମୃତକଙ୍କ ପତ୍ନୀ ତାଙ୍କ ସ୍ୱାମୀଙ୍କ ଜୀବନ ପାଇଁ କାକୁତିମିନତି ହେଉଥିବା ଲକ୍ଷ୍ୟ କରାଯାଇଛି। କିନ୍ତୁ ଆକ୍ରମଣକାରୀ ଜଣକ ତାଙ୍କ କଥା ନଶୁଣି ବିଚ ରାସ୍ତାରେ ତାଙ୍କୁ ଲୁହା ରଡ଼ରେ ପିଟି ଚାଲିଛନ୍ତି |

ମୃତକ ହେଲେ ବି ନାଗାରାଜୁ ଏବଂ ତାଙ୍କ ପତ୍ନୀ ଆଶ୍ରିନ୍‌ ସୂଲତାନା। ଉଭୟେ ହେଉଛନ୍ତି ପିଲାଦିନର ସାଥୀ। ୩ ମାସ ପୂର୍ବେ ଉଭୟେ ବିବାହ କରିଥିଲେ। ବୁଧବାର ସନ୍ଧ୍ୟାରେ ନବବିବାହିତ ଦମ୍ପତି ବାଇକ୍‌ରେ ଯାଉଥିବା ବେଳେ ଲୁହାରଡ଼ରେ ବି ନାଗାରାଜୁଙ୍କୁ ଆକ୍ରମଣ କରିଥିଲେ ପତ୍ନୀ ଆଶ୍ରିନ୍‌ଙ୍କ ସମ୍ପର୍କୀୟ । ଘଟଣା ଘଟିବା ପରେ ସେଠାରେ ବହୁ ଲୋକ ରୁଣ୍ଡ ହୋଇଯାଇଥିଲେ। କିନ୍ତୁ ଆକ୍ରମଣକାରୀଙ୍କୁ କେହି ଅଟକାଇ ପାରି ନଥିଲେ। ଅଧିକାଂଶ ଲୋକେ ଏହି ଅପରାଧକୁ ନିଜ ମୋବାଇଲରେ ରେକର୍ଡ଼ କରୁଥିଲେ।

ଅପରାଧ ଏନ ଏନ ଏସ ଓଡ଼ିଆ ଜାତୀୟ