ଗାଁରେ ଚାଲିଥିଲା ସାପ୍ତlହିକ ବଜାର | ହଠାତ ଏକ ଗଛ ଉପରୁ ମାଡି ଆସିଲେ ଶହ ଶହ ମହୁମାଛି | ଗୋଡେଇ ଗୋଡେଇ ଲୋକଙ୍କୁ ମାରିଲେ | ଲୋକେ ଭୟଭୀତ ହୋଇ ଯିଏ ଯେଉଁଆଡେ ପାଇଲେ ଧାଇଁବାରେ ଲାଗିଲେ। ତେବେ ଜଣେ ବୃଦ୍ଧା ଓ ଗାଁର ଆଉ ଜଣେ ବ୍ୟକ୍ତି ଧାଇଁ ନ ପାରି ତଳେ ପଡି ଯାଇଥିଲେ | ଫଳରେ ତାଙ୍କୁ ଘେରିଯାଇ କାମୁଡି ଥିଲେ ମହୁମାଛି । ଏଭଳି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ବଡ଼ବାଙ୍କୀ ଗ୍ରାମରେ।
ସୂଚନା ଅନୁସାରେ ଆଜି ସାପ୍ତାହିକ ବଜାର ବସିଥିଲା ବଡ଼ବାଙ୍କୀ ଗାଁରେ। ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ କିଣିବା ପାଇଁ ଗାଁ ଆଖପାଖ ଅଂଚଳର ଲୋକେ ଆସି ବଜାର ରେ କିଣାବିକା କରୁଥିଲେ। ତେବେ ହଠାତ ଶହ ଶହ ମହୁମାଛି ଆସି ବଜାରରେ ଥିବା ଦୋକାନୀ ଓ ଲୋକଙ୍କୁ ଆକ୍ରମଣ କରିଥିଲେ। ବଜାର ଛାଡି ଯିଏ ଯେଉଁଆଡେ ପାରିଲେ ସେଇଆଡେ ଧାଇଁଲେ। ବଜାର ଭିତରୁ ଜଣେ ବୃଦ୍ଧା ଓ ଆଉ ଜଣେ ବ୍ୟକ୍ତି ଯାଇପାରିନଥିଲେ। ଫଳରେ ତାଙ୍କ ଦେହମୁଣ୍ଡକୁ ପ୍ରବଳ ଆକ୍ରମଣ କରିଥିଲେ ମହୁମାଛି। ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ଦୁଇ ଜଣଙ୍କୁ କଣ୍ଟାବାଞ୍ଜି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ କଣ ପାଇଁ ଓ କାହିଁକି ଏଭଳି ସମସ୍ତଙ୍କୁ ମହୁମାଛି ଆକ୍ରମଣ କଲା ତାହା ଜଣାପଡିନାହିଁ ।