୭ ଦିନ ମଧ୍ୟରେ ବସ୍ତି ଛାଡିବାକୁ ଡେପୁଟି ମେୟରଙ୍କ ଘରେ ନୋଟିସ୍ ମାରିଲା ଇଡକୋ

୭ ଦିନ ମଧ୍ୟରେ ବସ୍ତି ଛାଡିବାକୁ ଡେପୁଟି ମେୟରଙ୍କ ଘରେ ନୋଟିସ୍ ମାରିଲା ଇଡକୋ

Spread this article

କଟକ ଡେପୁଟି ମେୟରଙ୍କ ଘରେ ଲାଗିଲା ଉଚ୍ଛେଦ ନୋଟିସ । ଜଗତପୁର ବସ୍ତିରେ ରହୁଥିବା ଦମୟନ୍ତୀ ମାଝୀଙ୍କ ଘରେ ନୋଟିସ୍ ଲଗାଇଛି ଇଡକୋ । ୭ ଦିନ ମଧ୍ୟରେ ଜାଗା ଖାଲି କରିବାକୁ ନୋଟିସରେ ଉଲ୍ଲେଖ ରହିଛି। ମେ ୧୦ ତାରିଖ ସୁଦ୍ଧା ସେଠାରୁ ନହଟିଲେ ଇଡକୋ ପଦକ୍ଷେପ ନେବ ବୋଲି ନୋଟିସରେ କୁହଯାଇଛି ।

ଖବର ଅନୁଯାୟୀ, କଟକ ଜଗତପୁର ଶିଳ୍ପାଞ୍ଚଳରେ ଥିବା ବସ୍ତିରେ ସିଏମ୍‌ସି ଡେପୁଟୀ ମେୟର ଦମୟନ୍ତୀ ତାଙ୍କ ପରିବାର ସହ ରହୁଛନ୍ତି | ତେବେ ଏହି ବସ୍ତି ଅଞ୍ଚଳଟି ଇଡକୋ ଜାଗାରେ ରହିଛି | ତେଣୁ ଉକ୍ତ ଘର ଗୁଡ଼ିକ ଉଚ୍ଛେଦ ପାଇଁ ଏହି ନୋଟିସ ଜାରି କରାଯାଇଛି । ଦମୟନ୍ତୀ ଓ ସେଠାରେ ରହୁଥିବା ୨୦ରୁ ଅଧିକ ପରିବାର ପାଇଁ ଏବେ ଏହା ଚିନ୍ତାର କାରଣ ହୋଇଛି । କଟକ ଇଡକୋ ଡିଭିଜନ୍ ମୁଖ୍ୟଙ୍କ ପକ୍ଷରୁ ପ୍ରାୟ ୪୦ ବର୍ଷ ଧରି ରହିଆସୁଥିବା ଏହି ପରିବାରକୁ ଉଚ୍ଛେଦ ପାଇଁ ନୋଟିସ୍ କରାଯାଇଛି ।ସମସ୍ତଙ୍କୁ ଘର ଖାଲି କରିବାକୁ ୭ ଦିନ ସମୟ ଦିଆଯାଇଛି। ଯଦି ଏହି ସମୟରେ ଘର ଖାଲି ନକରାଯାଏ ଇଡକୋ ନିଜ ଢଙ୍ଗରେ ପଦକ୍ଷେପ ନେବ ବୋଲି ନୋଟିସରେ କୁହଯାଇଛି ।

ଏନ ଏନ ଏସ ଓଡ଼ିଆ ରାଜନୀତି ରାଜ୍ୟ