୪ ମାସ ପାଇଁ ୧ ଲକ୍ଷ ୬ ହଜାର ୪୯୭ କୋଟିର କାମଚଳା ବଜେଟ

୪ ମାସ ପାଇଁ ୧ ଲକ୍ଷ ୬ ହଜାର ୪୯୭ କୋଟିର କାମଚଳା ବଜେଟ

Spread this article

ବିଧାନସଭାରେ ଉପସ୍ଥାପିତ ହେଲା କାମଚଳା ବଜେଟ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଗୃହରେ କାମଚଳା ବଜେଟ ଉପସ୍ଥାପନ କରିଛନ୍ତି । ୪ ମାସ ପାଇଁ ମୋଟ ୧ଲକ୍ଷ ୬ହଜାର ୪ଶହ ୯୮କୋଟି ଟଙ୍କାର ଟଙ୍କାର ବ୍ୟୟବରାଦ କରିଛନ୍ତି ରାଜ୍ୟ ସରକାର । ଅର୍ଥମନ୍ତ୍ରୀ କହିଛନ୍ତି, ଖଣି ରାଜସ୍ୱ ବଢ଼ିଛି, କେନ୍ଦ୍ର ସହାୟତା ଉପରେ ନିର୍ଭରଶୀଳତା କମିଛି । ରାଜ୍ୟରେ ମେଡିକାଲ କଲେଜ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି ।

ବଜେଟରେ ଅର୍ଥ ବିଭାଗ ପାଇଁ ୧୮ ହଜାର ୫୪୨ କୋଟି ଟଙ୍କା ବ୍ୟୟବରାଦ ହୋଇଥିବା ବେଳେ ରାଜସ୍ବ ବିଭାଗ ପାଇଁ ୭୪,୯୯,୧୭୯ ଟଙ୍କା ବ୍ୟୟବରାଦ ହୋଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ- ୧୦,୧୬,୫୩,୭୭୯ ଟଙ୍କା ବ୍ୟୟବରାଦ ହୋଇଛି । ସ୍ୱରାଷ୍ଟ୍ର ବିଭାଗ ପାଇଁ ୬୩୭୭ କୋଟି ଟଙ୍କା, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ନିମନ୍ତେ ୧୫୦୦ କୋଟି,  ନିର୍ମାଣ ବିଭାଗ ପାଇଁ ୮୩୩୪ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ସେହିପରି ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ନିମନ୍ତେ ୧୨୦୪ କୋଟି ୮୮ ଲକ୍ଷ ଟଙ୍କା, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସକାଶେ ୨୦୩୩୦ କୋଟି ୭୬ ଲକ୍ଷ ଟଙ୍କା, ଏସସିଏସଟି ବିଭାଗ ପାଇଁ ୪୦୪୯ କୋଟି ୬୯ ଲକ୍ଷ ଟଙ୍କାର ବ୍ୟୟବରାଦ ହୋଇଛି ।

ଅପରପକ୍ଷରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିମନ୍ତେ ୧୧୫୦୬ କୋଟି, ଗୃହ ନିର୍ମାଣ ଓ ପୌର ଉନ୍ନୟନ ବିଭାଗ ସକାଶେ ୬୪୯୮ କୋଟି, ଯୋଜନା ଓ ସଂଯୋଜନା ବିଭାଗ ନିମନ୍ତେ ୬୪୫୬ କୋଟି ୬୪ ଲକ୍ଷ ଟଙ୍କା, ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ପାଇଁ ୨୧୨୪୬ କୋଟି ୪୨ ଲକ୍ଷ ଟଙ୍କା, ଜଳସମ୍ପଦ ବିଭାଗ ନିମନ୍ତେ ୧୦ ହଜାର ୪୫ କୋଟି ଟଙ୍କା, କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପାଇଁ ୬୨୭୬ କୋଟି ଟଙ୍କା, ଗ୍ରାମ୍ୟ ଉନ୍ନୟନ ବିଭାଗ ନିମନ୍ତେ ୬୫୫୯ କୋଟି ଟଙ୍କା, ଶକ୍ତି ବିଭାଗ ନିମନ୍ତେ ୩୪୭୯ କୋଟି ଟଙ୍କା, ମହିଳା ଓ ଶିଶୁକଲ୍ୟାଣ ପାଇଁ ୩୫୬୬ କୋଟି ଟଙ୍କା, ଉଚ୍ଚଶିକ୍ଷା ବିଭାଗ ସକାଶେ ୨୮୦୭ କୋଟି ଟଙ୍କା, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ନିମନ୍ତେ ୩୭୦୫ କୋଟି ଟଙ୍କା ଓ ମିଶନ ଶକ୍ତି ନିମନ୍ତେ ୨ ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।

ସେହିପରି ଅବଢ଼ା ପାଇଁ ୧,୪୦୮ କୋଟି, ଏକାମ୍ର ଉନ୍ନତି ପାଇଁ ୨୦୦ କୋଟି,, ସମଲେଇ ମନ୍ଦିରକୁ ୨ ଶହ କୋଟି, ପର୍ଯ୍ୟଟନ ବିକାଶ ପାଇଁ ୧୫୦ କୋଟି, ବିଜୁ ସେତୁ ଯୋଜନା ପାଇଁ ୧ ହଜାର ୬୮୮ କୋଟି, ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ପାଇଁ ୧୧ଶହ କୋଟି ଟଙ୍କା ଖର୍ଚ୍ଚ ହେବ ।

ଏନ ଏନ ଏସ ଓଡ଼ିଆ କୃଷି ଓ କୃଷକ ପ୍ରମୁଖ ଖବର ବାଣିଜ୍ୟ ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ବାସ୍ଥ୍ୟ