ଟ୍ରେନ୍ ଦୁର୍ଘଟଣାରେ ହରାଇଲେ ଦୁଇ ହାତ, ଏବେ ଜଣାଶୁଣା ସାହିତ୍ୟିକ

ଟ୍ରେନ୍ ଦୁର୍ଘଟଣାରେ ହରାଇଲେ ଦୁଇ ହାତ, ଏବେ ଜଣାଶୁଣା ସାହିତ୍ୟିକ

Spread this article

ଏକ ଟ୍ରେନ୍ ଦୁର୍ଘଟଣାରେ ଦୁଇ ହାତ ହରାଇଲେ, କିନ୍ତୁ ବଞ୍ଚିବାର ଆଶା ଛାଡିଲେ ନାହିଁ | ପାଦରେ ଲେଖିବା ଆରମ୍ଭ କଲେ, ଆଜି ସେ ଭାରତର ଜଣେ ଜଣାଶୁଣା ସାହିତ୍ୟିକ | ସେ ଅନେକ କବିତା ଗଳ୍ପ ଲେଖିବା ସହ ସାହିତ୍ୟ ପୁରସ୍କାର ମଧ୍ୟ ପାଇଛନ୍ତି | ସେ କହିଛନ୍ତି, ଜୀବନରେ କେତେବେଳେ କ’ଣ ଘଟିବ ତାହା କାହାକୁ ଜଣା ନାହିଁ । ଆମକୁ ଜଣାନଥିଲା କି କୋଭିଡ -19 ପରି ଏକ ମହାମାରୀ ସମଗ୍ର ବିଶ୍ୱକୁ କବଳିତ କରି ରଖିବ | ଏବେ ତାରି ଭୟ ଭିତରେ ଆମକୁ ବଞ୍ଚିବାକୁ ପଡୁଛି | ମୋ ଜୀବନରେ ମଧ୍ୟ ଏଭଳି ଏକ ଦୁର୍ଘଟଣା ଘଟିଥିଲା, ଯେଉଁଥିପାଇଁ ଜୀବନର ପରିଭାଷା ବଦଳିଗଲା | ଏହି କାହାଣୀ ହେଉଛି ଉତ୍ତରପ୍ରଦେଶର ଲଖନଉର କାମିନୀ ଶ୍ରୀବାସ୍ତବଙ୍କର । କାମିନୀ ଶ୍ରୀବାସ୍ତବ ବର୍ତ୍ତମାନ ଜଣେ ସରକାରୀ କର୍ମଚାରୀ | ଏହା ସହିତ ସେ ବିଭିର୍ନ କବିତା ଓ ଗଳ୍ପ ପୁସ୍ତକ ଲେଖି ଅନେକ ସାହିତ୍ୟିକ ପୁରସ୍କାର ମଧ୍ୟ ପାଇଛନ୍ତି ।ସେ 1994ରେ ପୂର୍ବତନ ରାଷ୍ଟ୍ରପତି ଶଙ୍କର ଦୟାଲ ଶର୍ମାଙ୍କ ଦ୍ୱାରା ଜାତୀୟ ପୁରସ୍କାର, 1997 ରେ ପୂର୍ବତନ ରାଜ୍ୟପାଳ ରମେଶ ଭଣ୍ଡାରୀଙ୍କ ଦ୍ୱାରା ରାଜ୍ୟସ୍ତରୀୟ ପୁରସ୍କାର ପାଇଥିଲେ | ଏହାବ୍ୟତୀତ ବରିଷ୍ଠ ସାହିତ୍ୟିକ ଲକ୍ଷ୍ମୀକାନ୍ତ ବର୍ମାଙ୍କ ଦ୍ୱାରା ଭାରତୀ ପୁରସ୍କାରରେ ସମ୍ମାନିତ ହୋଇଥିଲେ | 1993 ମସିହାରେ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ନାରାୟଣ ଦତ୍ତ ତିୱାରୀ ତାଙ୍କୁ ବେଦ ବେଦଙ୍ଗ ପୁରସ୍କାରରେ ସମ୍ମାନିତ କରିଥିଲେ । 2016ରେ, ଉତ୍ତରପ୍ରଦେଶର ରାଜ୍ୟ କର୍ମଚାରୀ ସାହିତ୍ୟ ପ୍ରତିଷ୍ଠାନ ପକ୍ଷରୁ ତାଙ୍କ ପୁସ୍ତକ ଖିଲତେ ଫୁଲ ମେହେକା ଆଙ୍ଗନ ପାଇଁ ରାମଧାରୀ ସିଂ ଦିନକର ପୁରସ୍କାରରେ ସମ୍ମାନିତ କରାଯାଇଛି |ଏହିଭଳି ଅନେକ ପୁରସ୍କାର ତାଙ୍କୁ ପ୍ରଦାନ କରାଯାଇଛି | ସେ କୁହନ୍ତି, ତାଙ୍କୁ ଯେତେବେଳେ ଚାରି ବର୍ଷ ବୟସ ହୋଇଥିଲା ଏକ ରେଳ ଦୁର୍ଘଟଣାରେ ତାଙ୍କର ଦୁଇ ହାତ ଏବଂ ବାମ ଗୋଡର ପାଞ୍ଚଟି ଆଙ୍ଗୁଳି କଟି ଯାଇଥିଲା | ସେତେବେଳେ ସେ ବହୁତ ଛୋଟ ଥିବାରୁ ଏହାର ଗମ୍ଭୀରତାକୁ ବୁଝିପାରି ନଥିଲି | ସମାଜର ଅପମାନ ପାଇବା ପୂର୍ବରୁ ମୋର ପିତାମାତା ମୋତେ ପାଦରେ ଲେଖିବାକୁ ଶିଖାଇଲେ | ଚାରି ଭାଇଙ୍କର ଏକମାତ୍ର ଭଉଣୀ ହୋଇଥିବାରୁ ସେମାନେ ମୋତେ ଦୁନିଆର ସମସ୍ତ ସୁଖ ଦେବା ପାଇଁ ସମସ୍ତ ଚେଷ୍ଟା କରିଥିଲେ | କିନ୍ତୁ ହାତ ବିନା, ଜୀବନ ଏତେ କଷ୍ଟସାଧ୍ୟ ହୋଇପଡିଲା ଯେ ପ୍ରତ୍ୟେକ ଛୋଟ ଛୋଟ କାମ ପାଇଁ ଅନ୍ୟମାନଙ୍କ ଉପରେ ନିର୍ଭର କରିବାକୁ ପଡିଲା | ଏପରିକି ମୁ ଉଦାସୀନତାର ଶିକାର ମଧ୍ୟ ହୋଇଥିଲି । କିନ୍ତୁ ମୋ ବାପା ମୋର ପ୍ରେରଣାର ଉତ୍ସ ହୋଇଥିଲେ | 1997 ରେ ମୋର ବିବାହ ହୋଇଥିଲା | ସ୍ୱାମୀ ମଧ୍ୟ ପ୍ରତ୍ୟେକ କ୍ଷେତ୍ରରେ ମୋତେ ସମର୍ଥନ କରିଆସୁଛନ୍ତି |

 

ଅନ୍ୟାନ୍ୟ ଏନ ଏନ ଏସ ଓଡ଼ିଆ ଜାତୀୟ ଭିଡ଼ିଓ ଗ୍ୟାଲେରି