ବଧୂ ସାଜିଲେ କନିକା

ବଧୂ ସାଜିଲେ କନିକା

Spread this article
ବିବାହ ବନ୍ଧନରେ ବାନ୍ଧି ହେଲେ କନିକା କପୁର, ଧରିଲେ ଗୌତମଙ୍କ ହାବିବାହ ବନ୍ଧନରେ ବାନ୍ଧି ହେଲେ ବେବି ଡଲ୍‌ ଫେମ୍‌ ସିଙ୍ଗର କନିକା କପୁର । ବଲିଉଡର ଗାୟିକା କନିକା କପୁର ଗତକାଲି ଦ୍ୱିତୀୟ ବିବାହ କରିଛନ୍ତି। ତାଙ୍କ ବୟଫ୍ରେଣ୍ଡ ତଥା ବିଜନେସ ମ୍ୟାନ ଗୌତମଙ୍କ ହାତ ଧରିଛନ୍ତି କନିକା । ଲଣ୍ଡନରେ ହିନ୍ଦୁ ରୀତିନୀତି ଅନୁସାରେ ବାହା ହୋଇଛନ୍ତି କନିକା । କନିକାଙ୍କ ଏହି ଗ୍ରାଣ୍ଡ ୱେଣ୍ଡିଂର ଫଟୋ ଆଉ ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
 
ଗତ କିଛି ଦିନ ହେବ କନିକା ଲଣ୍ଡନରେ ଅଛନ୍ତି। ଏଠାରେ ହିଁ ତାଙ୍କ ସମସ୍ତ ପ୍ରି-ୱେଣ୍ଡିଂ ଫଙ୍କସନ୍‌ ହୋଇଛି। ବିବାହର ପ୍ରଥମ ଫଟୋ ସାମ୍ନାକୁ ଆସିବା ପରେ ଦୁହିଁଙ୍କ ମଧ୍ୟରେ ଥିବା ସୁନ୍ଦର କେମେଷ୍ଟ୍ରିକୁ ଦେଖିବାକୁ ମିଳୁଛି। ନିକଟରେ କନିକାଙ୍କ ବିବାହ ପୂର୍ବର ମେହେନ୍ଦୀ, ହଳଦୀର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।
 
ଫଟୋରେ ଦେଖାଯାଉଛି କନିକା ହାଲୁକା ଗୋଲାପୀ ରଙ୍ଗର ଲେହେଙ୍ଗା ପିନ୍ଧିଛନ୍ତି । ଭାରୀ ଅଳଙ୍କାର ସହ ମେକଅପରେ ସେ ଖୁବ ସୁନ୍ଦର ଦେଖାଯାଉଛନ୍ତି । ତାଙ୍କ ସ୍ୱାମୀ ମଧ୍ୟ କ୍ରିମ୍ କଲରର ସେରୱାନି ପିନ୍ଧିଥିଲେ। କନିକାଙ୍କ ବିବାହରେ ପରିବାର ସହ ତାଙ୍କର ଘନିଷ୍ଠ ବନ୍ଧୁମାନେ ହିଁ ସାମିଲ ହୋଇଥିଲେ ।
 
ତେବେ କନିକାଙ୍କର ଏହା ହେଉଛି ଦ୍ୱିତୀୟ ବିବାହ । ପୂର୍ବରୁ ସେ ଏନଆରଆଇ ରାଜଙ୍କୁ ବିବାହ କରିଥିଲେ । କନିକାଙ୍କର ୩ଟି ସନ୍ତାନ ମଧ୍ୟ ଅଛନ୍ତି । ୨୦୧୨ରେ କନିକା ଛାଡପତ୍ର ନେଇଥିଲେ । ଏବଂ ଏହା ପରେ ସେ ସଙ୍ଗୀତକୁ କ୍ୟାରିୟର୍ ଭାବେ ବାଛିଥିଲେ ।
 
#kanikakapoor
ମନୋରଞ୍ଜନ ସମଗ୍ର ଦୁନିଆ