ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ

ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ

Spread this article

ଜମିବାଡ଼ି ବିବାଦରୁ ହତ୍ୟାକାଣ୍ଡ । ଜମିବାଡ଼ି ବିବାଦକୁ ନେଇ ୭ଟି ପରିବାର ମଧ୍ୟରେ ଘଟିଛି ଗୋଷ୍ଠୀ ସଂଘର୍ଷ । ଫଳରେ ଗୋଟିଏ ପରିବାରରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ସଦସ୍ୟ ଗୁରୁତର ଆହତ ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଦେସାହି ଗ୍ରାମରେ | ମୃତକ ହେଉଛନ୍ତି ଦେସାହି ଗ୍ରାମର ବିପିନ ମଳିକ ।

ସୂଚନା ଯୋଗ୍ୟ ଯେ ଆଜି ୭ଟି ପରିବାରର ସଦସ୍ୟମାନେ ଜମିବାଡ଼ି ବିବାଦର ସମାଧାନ ପାଇଁ ଆଳି ଥାନାକୁ ଆସିଥିଲେ। ଅମିନ ଆଣି ମାପଚୁପ କରିବା ପାଇଁ ନିଷ୍ପତ୍ତି ହେବା ପରେ ଅପରାହ୍ନରେ ସମସ୍ତେ ଗାଁକୁ ଫେରିଯାଇଥିଲେ। କିନ୍ତୁ ଜମିଜମା ବିବାଦକୁ ନେଇ ଦୁଇଟି ପରିବାର ମଧ୍ୟରେ ବଚସା ହୋଇଥିଲା । ପରେ ଏହି ବିବାଦ ଉଗ୍ର ରୂପ ଧାରଣ କରିଥିଲା। ଫଳରେ ନାରାୟଣ ମଳିକଙ୍କ ପରିବାର ଉପରେ ଅନ୍ୟ ପରିବାରର ସଦସ୍ୟ ମାନେ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଆକ୍ରମଣ ଫଳରେ ନାରାୟଣ ମଳିକଙ୍କ ସାନ ଭାଇ ବିପିନ ମଳିକଙ୍କର ମୃତ୍ୟୁ ଘଟିଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି । ଏହି ହତ୍ୟାକାଣ୍ଡ ଘଟଣାରେ ଦେସାହି ପଞ୍ଚାୟତର ସରପଞ୍ଚଙ୍କ ସ୍ୱାମୀ ଓ ସମିତି ସଭ୍ୟଙ୍କ ନିର୍ଦ୍ଦେଶରେ ୨୦ଜଣ ମିଶି ପିଟିପିଟି ବିପିନଙ୍କୁ ହତ୍ୟା କରିଥିବା ତାଙ୍କ ସମ୍ପର୍କୀୟ ନମିତା ମଳିକ ଥାନାରେ ଏତଲା କରିଛନ୍ତି । ଏନେଇ ଆଳି ଥାନାରେ ଅଭିଯୋଗ ହେବା ପରେ ପୋଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି ।

ଅପରାଧ ଏନ ଏନ ଏସ ଓଡ଼ିଆ ରାଜ୍ୟ