ଆଇସିୟୁରେ ସୁର ସାମ୍ରାଜ୍ଞୀ ଲତା

ଆଇସିୟୁରେ ସୁର ସାମ୍ରାଜ୍ଞୀ ଲତା

Spread this article

ସୁର ସାମ୍ରାଜ୍ଞୀ କୋକିଳ କଣ୍ଠି ଲତା ମଙ୍ଗେସକର କରୋନା ସଂକ୍ରମିତ । ସ୍ବାବ ନମୁନା ପଜିଟିଭ ଆସିବା ପରେ ତାଙ୍କୁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତି କରାଯାଇଛି | ୯୨ ବର୍ଷିୟ ଏହି ଗାୟିକାଙ୍କୁ ହସ୍ପିଟାଲରେ ଆଇସିୟୁରେ ରଖାଯାଇ ଚିକିତ୍ସା କରାଯାଉଛି । ଏନେଇ ତାଙ୍କର ଜଣେ ସଂପର୍କୀୟ ସୂଚନା ଦେଇଛନ୍ତି । ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖିଛନ୍ତି । କରୋନାର ସ୍ୱଳ୍ପ ଲକ୍ଷଣ ତାଙ୍କ ଠାରେ ଦେଖିବାକୁ ମିଳିଥିଲା । ତେବେ ତାଙ୍କ ବୟସକୁ ଦେଖି ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି | ଏହି ଖବର ପ୍ରଚାରିତ ହେବା ପରେ ପୁରା ବଲିଉଡ ଲତାଙ୍କ ଆଶୁ ଆରୋଗ୍ୟ କାମନା କରିଛି ।

 

ଏନ ଏନ ଏସ ଓଡ଼ିଆ ଜାତୀୟ ତାଜା ଖବର ପ୍ରମୁଖ ଖବର