ଖୁଦୁପୁରରେ ଅତ୍ୟାଧୁନିକ ଇନଡୋର ଷ୍ଟାଡିୟମ୍ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ

ଖୁଦୁପୁରରେ ଅତ୍ୟାଧୁନିକ ଇନଡୋର ଷ୍ଟାଡିୟମ୍ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ

Spread this article

ରାଜ୍ୟ ସରକାର ଓଡ଼ିଶାରେ କ୍ରୀଡା ଭିତ୍ତିଭୂମିର ବିକାଶ ପାଇଁ ଦେଇଥିବା ପ୍ରତିଶ୍ରୁତି ପୂରଣ କରୁଛନ୍ତି | ସାରା ରାଜ୍ୟରେ ୮୯ ଟି ଇନଡୋର ଷ୍ଟାଡିୟମ୍ ନିର୍ମାଣ ପାଇଁ କ୍ୟାବିନେଟ୍ ଅନୁମୋଦନ ମିଳିଛି | ସେଥିମଧ୍ୟରେ ଖୋର୍ଦ୍ଧା ଜିଲ୍ଲା ଜଟଣୀ ତହସିଲ୍ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଖୁଦୁପୁର ଗ୍ରାମ ଠାରେ ଥିବା ପଡ଼ିଆରେ ପ୍ରାୟ ୭ କୋଟି ୬୨ ଲକ୍ଷ ଟଙ୍କା ବ୍ୟୟରେ ଏକ ଇନଡୋର ଷ୍ଟାଡିୟମ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି | ତେବେ ଇନଡୋର ଷ୍ଟାଡିୟମ୍ ନିର୍ମାଣ ପାଇଁ ଅନୁଷ୍ଠାନିକ ଭାବେ ଆଜି ଏହାର ଭୂମିପୂଜା ଅନୁଷ୍ଠିତ ହୋଇଯାଇଛି l

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ତଥା ଜିଲ୍ଲା ବିଜେଡି ସଭାପତି ବିଭୁତି ଭୂଷଣ ବଳବନ୍ତରାୟ ଯୋଗ ଦେଇ ଭୂମିପୂଜା କରିଥିଲେ | ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଏଭଳି ଯୁଗାନ୍ତକାରୀ ପଦକ୍ଷେପ ପାଇଁ ସେ କୃତଜ୍ଞତା ଓ ଧନ୍ୟବାଦ୍ ଜଣାଇଛନ୍ତି | ଏଥିସହ କ୍ରୀଡାବିତ୍ ଙ୍କ ସହର ଜଟଣୀ ଅଞ୍ଚଳରେ ଥିବା ପ୍ରତିଭାବାନ କ୍ରୀଡାବିତ୍ ସେମାନଙ୍କ ପ୍ରତିଭା ବିକାଶ କରିବା ପାଇଁ ସୁଯୋଗ ପାଇପାରିବେ ବୋଲି ସେ କହିଛନ୍ତି । ଜଟଣୀରେ ଏହି ଅତ୍ୟାଧୁନିକ ଷ୍ଟାଡିୟମ୍ ଆସନ୍ତା ଦୁଇବର୍ଷ ମଧ୍ୟରେ ଶେଷ ହେବ ବୋଲି କୁହାଯାଇଛି | ଅତ୍ୟାଧୁନିକ ଇନଡୋର ଷ୍ଟାଡିୟମ୍ ହେଲା ପରେ ସମସ୍ତ ପ୍ରକାର କ୍ରୀଡାବିତ୍ ଉପକୃତ ହୋଇପାରିବେ ବୋଲି ଶ୍ରୀ ବଳବନ୍ତରାୟ କହିଛନ୍ତି l

ଏନ ଏନ ଏସ ଓଡ଼ିଆ କ୍ରୀଡ଼ା ରାଜ୍ୟ