ବ୍ରାହ୍ମଣୀ ନଦୀରେ ଯୁବକ ନିଖୋଜ, କୁମ୍ଭୀର ଟାଣି ନେଇଥିବା ସନ୍ଦେହ

ବ୍ରାହ୍ମଣୀ ନଦୀରେ ଯୁବକ ନିଖୋଜ, କୁମ୍ଭୀର ଟାଣି ନେଇଥିବା ସନ୍ଦେହ

Spread this article

ବ୍ରାହ୍ମଣୀ ନଦୀରେ ନିଖୋଜ ହୋଇଯାଇଛନ୍ତି ଜଣେ ଯୁବକ । ବ୍ରାହ୍ମଣୀ ନଦୀକୁ ଶୌଚ ହେବାକୁ ଯାଇଥିବାବେଳେ କୁମ୍ଭୀର ଟାଣି ନେଇଥିବା ସନ୍ଦେହ କରାଯାଉଛି | ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ନଳପାହି ଗ୍ରାମରେ | ନିଖୋଜ ଯୁବକ ଜଣଙ୍କ ନଳପାହୀ ଗ୍ରାମର ଶିବ ପ୍ରସାଦ ବେହେରା।

ସୂଚନା ମୁତାବକ, ଶିବ ପ୍ରସାଦ ବେହେରା ଗାଁ ନିକଟରେ ପ୍ରଵାହିତ ବ୍ରାହ୍ମଣୀ ନଦୀକୁ ଶୌଚ ନିମନ୍ତେ ଯାଇଥିଲେ | ତେବେ ସେ ଘରକୁ ଫେରିବାରେ ବିଳମ୍ୱ ହୋଇଥିଲା | ଫଳରେ ପରିବାର ଲୋକ ତାଙ୍କୁ ଖୋଜାଖୋଜି କରିଥିଲେ। ନଦୀକୂଳରୁ ସେ ନେଇଥିବା ଗାମୁଛା ଓ ଟର୍ଚ୍ଚ ପଡିଥିବା ଦେଖିବାକୁ ମିଳିଥିଲା | ଏ ନେଇ ସେମାନେ ଅଗ୍ନିଶମ ବାହିନୀ ଓ ଓଡ୍ରାଫ ଟିମକୁ ଖବର ଦେଇଥିଲେ। ସେମାନେ ପହଞ୍ଚି ନଦୀରେ ଶିବଙ୍କୁ ଖୋଜାଖୋଜି କରୁଛନ୍ତି। ସ୍ଥାନୀୟ ଲୋକେ ମଧ୍ୟ ଦେଶୀ ଡଙ୍ଗା ସାହାଯ୍ୟରେ ଖୋଜାଖୋଜି କରୁଛନ୍ତି। କିନ୍ତୁ ଏ ପର୍ଯ୍ୟନ୍ତ ଶିବଙ୍କ ପତ୍ତା ମିଳିନାହାଁନ୍ତି। ଶିବଙ୍କୁ କୁମ୍ଭୀର ଟାଣି ନେଇଥିବା ଗ୍ରାମବାସୀ ସନ୍ଦେହ କରୁଛନ୍ତି। ସୂଚନାଯୋଗ୍ୟ,ଏହି ଗ୍ରାମଟି ଆଜି ପର୍ଯ୍ୟନ୍ତ ନଦୀ ଘେରରେ ରହିଛି | ସମସ୍ତ କାର୍ଯ୍ୟ ପାଇଁ ଅଞ୍ଚଳବାସୀ ନଦୀ ଉପରେ ନିର୍ଭର କରିଥାନ୍ତି। ଶିବଙ୍କ ଘରେ ତାଙ୍କର ଗର୍ଭବତୀ ପତ୍ନୀ ସରସ୍ୱତୀ ବେହେରାଙ୍କ ସମେତ ୩ ଜଣ ଝିଅ ଅଛନ୍ତି । ଶିବ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ହୋଇଥିବାରୁ ତାଙ୍କ ପରିବାରକୁ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି ।

ଏନ ଏନ ଏସ ଓଡ଼ିଆ ଦୁର୍ଘଟଣା ରାଜ୍ୟ