ଦିନ ଦ୍ୱିପହରେ ଫାଣ୍ଡି ନିକଟରେ ଆକ୍ରମଣ, ବ୍ୟବସାୟୀଙ୍କଠାରୁ  ୩ ଲକ୍ଷ ଲୁଟ୍

ଦିନ ଦ୍ୱିପହରେ ଫାଣ୍ଡି ନିକଟରେ ଆକ୍ରମଣ, ବ୍ୟବସାୟୀଙ୍କଠାରୁ ୩ ଲକ୍ଷ ଲୁଟ୍

Spread this article

ଦିନ ଦ୍ୱିପହରେ ଲୁଟ | ପୁଣି ଫାଣ୍ଡି ନିକଟରେ ହୋଇଛି ଏହି ଡକାୟତି | ବ୍ୟବସାୟୀଙ୍କୁ ଖଣ୍ଡାରେ ଆକ୍ରମଣ କରି ଲୁଟି ନେଲେ ୩ ଲକ୍ଷ ଟଙ୍କା | ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ଜିରାଳ ପଣ୍ଡୁଆ ପୂର୍ତ୍ତ ବିଭାଗ ରାସ୍ତାରେ ଘଟିଛି ଏହି ଡକାୟତି | ମଧ୍ୟାହ୍ନ ସମୟରେ ବ୍ୟବସାୟୀଙ୍କୁ ଖଣ୍ଡାରେ ହାଣିବା ସହ ବନ୍ଧୁକ ମୁନରେ ଭୟଭୀତ କରାଇ ଦୁର୍ବୃତ୍ତମାନେ ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।

ସୂଚନା ଅନୁଯାୟୀ, ଅଭିମନ୍ୟୁ ସାହୁ ନାମକ ଜିରାଳର ଜଣେ ବ୍ୟବସାୟୀ ନିଜ ପିକଅପ୍ ଭ୍ୟାନରେ ଜିରାଳରୁ କଟକ ଯାଉଥିଲେ। ପଣ୍ଡୁଆ ଫାଣ୍ଡି ପୂର୍ବରୁ ବିଦ୍ୟାଳୟ ସମ୍ମୁଖରେ ଥିବା ହମ୍ପସ ଯୋଗୁଁ ତାଙ୍କ ଗାଡ଼ି ସ୍ଲୋ ହୋଇଯାଇଥିଲା | ଏହାର ସୁଯୋଗ ନେଇ ୩ ଜଣ ଦୁର୍ବୃତ୍ତ ଗାଡ଼ି ସାମ୍ନାକୁ ଚାଲି ଆସିଥିଲେ। ସେମାନେ ଅଭିମନ୍ୟୁ ଓ ତାଙ୍କ ଡ଼୍ରାଇଭରଙ୍କୁ ଆକ୍ରମଣ କରି ଟଙ୍କା ବ୍ୟାଗ ଧରି ଦ୍ରୁତ ଗତିରେ ଗାଡି ନେଇ ଫେରାର ହୋଇଯାଇଥିଲେ। ଆହତ ଅଭିମନ୍ୟୁ ଓ ଡ୍ରାଇଭର ମୃତ୍ୟୁଞ୍ଜୟ ପଣ୍ଡା ନିକଟସ୍ଥ ଡ଼ାକ୍ତରଖାନାରେ ଚିକିତ୍ସା ହୋଇଛନ୍ତି | ଏ ନେଇ ସେମାନେ ପଣ୍ଡୁଆ ଫାଣ୍ଡିରେ ଅଭିଯୋଗ କରିଛନ୍ତି | ପୋଲିସ ଏ ନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି |

ସୂଚନାଥାଉ କି, ଏହିଁ ଅଞ୍ଚଳରେ ବାରମ୍ବାର ଲୁଟ , ଡକାୟତି ହେଉଛି | ଲୋକେ ଥାନାରେ ଅଭିଯୋଗ କରୁଥିଲେ ମଧ୍ୟ ପୋଲିସକୁ କୌଣସି ସଫଳତା ମିଳିନାହିଁ। ତେଣୁ ଉକ୍ତ ଅନଚଳେ ପାଟ୍ରୋଲିଂ ବ୍ୟବସ୍ଥା ଜୋରଦାର କରାଯିବାକୁ ଦାବି ହୋଇଛି |

ଅପରାଧ ଏନ ଏନ ଏସ ଓଡ଼ିଆ ରାଜ୍ୟ