ATMରୁ ବିନା କାର୍ଡରେ ଉଠାଇପାରିବେ ଟଙ୍କା

ATMରୁ ବିନା କାର୍ଡରେ ଉଠାଇପାରିବେ ଟଙ୍କା

Spread this article
କାର୍ଡବିହୀନ କାରବାର ପାଇଁ ଏଟିଏମରେ ବ୍ୟବସ୍ଥା କରିବାକୁ ଆରବିଆଇର ନିର୍ଦ୍ଦେଶ
ଗ୍ରାହକମାନଙ୍କ ପାଇଁ ଖୁସି ଖବର । ଏଣିକି ATMରୁ ବିନା କାର୍ଡରେ ଉଠାଇପାରିବେ ଟଙ୍କା | ସବୁ ବ୍ୟାଙ୍କର ଏଟିଏମରୁ ଡେବିଟ୍ କାର୍ଡ କିମ୍ବା କ୍ରେଡିଟ୍ କାର୍ଡ ବିନା ହିଁ ଟଙ୍କା ଉଠାଯାଇପାରିବ । ଗ୍ରାହକଙ୍କୁ ଉତ୍ତମ ସୁବିଧା ଯୋଗାଇଦେବା ପାଇଁ ତୁରନ୍ତ ଏହି ବ୍ୟବସ୍ଥା କରିବାକୁ ସମସ୍ତ ବ୍ୟାଙ୍କକୁ ନିର୍ଦ୍ଦେଶ ଜାରି କରିଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ । ଏଟିଏମ୍ ଅପରେଟରମାନଙ୍କୁ ଏଟିଏମ ମେସିନରେ ଇଣ୍ଟରପୋରେବଲ କାର୍ଡ – କମ୍ କ୍ୟାସ ପତ୍ୟାହାର ସୁବିଧା ପ୍ରଦାନ କରିବାକୁ ଏହି ନିର୍ଦ୍ଦେଶରେ କୁହାଯାଇଛି । ଏହା ଦ୍ୱାରା ଗ୍ରାହକମାନେ ଏଟିଏମରୁ କାର୍ଡଲେସ କ୍ୟାସ ଉଠାଣର ସୁବିଧା ପାଇପାରିବେ ଏବଂ କ୍ଲୋନିଂ ଦ୍ୱାରା ଡେବିଟ୍ ଓ କ୍ରେଡିଟ୍ କାର୍ଡ ଫ୍ରଡ୍ କୁ ମଧ୍ୟ ରୋକାଯାଇପାରିବ ବୋଲି କୁହାଯାଇଛି ।
 
ଯଦିଓ ବର୍ତ୍ତମାନ କିଛି ବ୍ୟାଙ୍କ କାର୍ଡଲେସ ଟଙ୍କା ଉଠାଣ ସୁବିଧା ଯୋଗାଉଛନ୍ତି କିନ୍ତୁ କେବଳ ନିଜ ବ୍ୟାଙ୍କର ଏଟିଏମରେ ଏହି ସୁବିଧା ମିଳୁଛି । ଅନ୍ୟ ବ୍ୟାଙ୍କର ଏଟିଏମରୁ ଏହି ସୁବିଧା ମିଳୁନାହିଁ । ତେବେ ଖୁବଶୀଘ୍ର ସବୁ ବ୍ୟାଙ୍କରୁ ବିନା କାର୍ଡରେ ବି ଟଙ୍କା ଉଠାଇପାରିବେ ।
 
ଅନ୍ୟପକ୍ଷରେ ରିଜର୍ଭ ବ୍ୟାଙ୍କ ତରଫରୁ କୁହାଯାଇଛି ଯେ, ଏହି ସେବା ପାଇଁ ଗ୍ରାହକମାନଙ୍କୁ କୌଣସି ଅଧିକ ଶୁଳ୍କ ଦେବାକୁ ପଡିବ ନାହିଁ । ଏହାସହ ପ୍ରତିବର୍ଷ ଏଟିଏମ ସେବା ବାବଦରେ ବ୍ୟାଙ୍କ ଯେଉଁ ଚାର୍ଜେସ ଗ୍ରାହକମାନଙ୍କ ଠାରୁ ନେଉଛି ତାହା ବି ବନ୍ଦ ହୋଇଯିବ । କାର୍ଡଲେସ ଟ୍ରାଞ୍ଜାକ୍ସନ ସାଧାରଣ ଏଟିଏମରୁ ଟଙ୍କା ଉଠାଣ ଭଳି ହେବ । ଅର୍ଥାତ୍ ସାଧାରଣ ଭାବରେ ସବୁ କାର୍ଡରେ ଯେତିକି ନଗଦ କାଢ଼ିପାରୁଛନ୍ତି ସେତିକି ହିଁ କାଢ଼ିପାରିବେ । ଯଦି ଟ୍ରାଞ୍ଜାକ୍ସନ ଫେଲ ହେଉଛି ତେବେ ପୂର୍ବଭଳି କ୍ଷତିପୂରଣ ନିୟମ ଲାଗୁ ରହିବ । ହେଲେ ଏହି ସୁବିଧାର ଲାଭ ଉଠାଇବାକୁ ହେଲେ ଗ୍ରାହକଙ୍କ ପାଖରେ ୟୁପିଆଇର ଆଇଡି ରହିଥିବା ଜରୁରୀ । ନଗଦବିହୀନ କରାବାର ପାଇଁ ୟୁପିଏ ମାଧ୍ୟମରେ ଗ୍ରାହକଙ୍କ ଅଥରାଇଜେସନ କରାଯିବ । ଏହି କାର୍ଡଲେସ କାରବାର ପାଇଁ ଆରବିଆଇ ପକ୍ଷରୁ ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ୍ ଇଣ୍ଡିଆ (ଏନପିସିଆଇ)କୁ ବି ଏକ ନିର୍ଦ୍ଦେଶ ଜାରି କରାଯାଇଛି । ଏଥିରେ ସମସ୍ତ ବ୍ୟାଙ୍କ ଏଟିଏମକୁ ୟୁପିଆଇ ସହ ଯୋଡିବାକୁ ନିର୍ଦ୍ଦେଶ ଦିଆଯାଇଛି ।
 
#ATM #money #RBI #SupremeCourt
ଏନ ଏନ ଏସ ଓଡ଼ିଆ ପ୍ରମୁଖ ଖବର