ଡରାଇଲାଣି ମଙ୍କିପକ୍ସ
କରୋନା ପରେ ଏବେ ଦେଶରେ ଚିନ୍ତା ବଢ଼ାଇଲାଣି ମଙ୍କି ପକ୍ସି । ଆମେରିକା ଓ ବ୍ରିଟେନ ସମେତ ଏକାଧିକ ଦେଶରେ ମଙ୍କିପକ୍ସ ଭୂତାଣୁ ବ୍ୟାପିବା ପରେ ସତର୍କ ହୋଇଛନ୍ତି କେନ୍ଦ୍ର ସରକାର। ମଙ୍କିପକ୍ସ ଆକ୍ରାନ୍ତ ଦେଶରୁ ଆସୁଥିବା ଯେକୌଣସି ଅସୁସ୍ଥ ବ୍ୟକ୍ତିଙ୍କ ଉପରେ ସତର୍କ ନଜର ରଖିବାକୁ କୁହାଯାଇଛି । ବିଦେଶରୁ ଆସୁଥିବା ସନ୍ଦିଗ୍ଧ ଯାତ୍ରୀଙ୍କର ନମୁନା ଯାଞ୍ଚ ପାଇଁ ପୁଣେର ଏନ୍ଆଇଭିକୁ ପଠାଇବାକୁ ଏନ୍ସିଡିସି ଓ ଆଇସିଏମ୍ଆରକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର।
ତେବେ ମଙ୍କି ପକ୍ସରେ ଏପର୍ଯ୍ୟନ୍ତ ଭାରତରେ ଗୋଟିଏ ବି ରୋଗୀ ଚିହ୍ନଟ ହୋଇ ନାହାନ୍ତି। କିନ୍ତୁ ବ୍ରିଟେନ୍, ପର୍ତ୍ତୁଗାଲ, ସ୍ପେନ୍, ସ୍ୱିଡେନ୍ ଓ ଆମେରିକାରେ ଏହି ରୋଗୋ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ଅନ୍ୟପଟେ କାନାଡ଼ା, ଅଷ୍ଟ୍ରେଲିଆ ଓ ଫ୍ରାନ୍ସ ଭଳି ଦେଶ ଏହି ରୋଗର ବିଷୟରେ ଯାଞ୍ଚ କରୁଛନ୍ତି। ଏତିରେ ମୃତ୍ୟୁ ୧୦ ପ୍ରତିଶତ ହୋଇପାରେ ବୋଲି କୁହାଯାଉଛି।
ଅନ୍ୟପକ୍ଷରେ ଏହି ଟ୍ରେଡକୁ ଗମ୍ଭିରତାର ସହ ନେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(WHO)। ଏହାକୁ ନେଇ ହୁ’ ଏକ ଇମରଜେନ୍ସି ବୈଠକ ଡାକିଥିବା ବେଳେ ମଙ୍କିପକ୍ସ ସମ୍ପର୍କରେ ବିସ୍ତାର ଭାବେ ଆଲୋଚନା କରାଯାଇଛି।
ଏ ପର୍ଯ୍ୟନ୍ତ ୟୁରୋପର ବିଭିନ୍ନ ଦେଶରେ ପ୍ରାୟ ଶହେ ପାଖାପାଖି ମଙ୍କିପକ୍ସ ରୋଗୀ ଚିହ୍ନଟ ହେଲେଣି। ବେଲଜିୟମ,ଫ୍ୟାନ୍ସ, ଜର୍ମାନୀ, ଇଟାଲି, ନେଦରଲାଣ୍ଡ, ପର୍ତ୍ତୁଗାଲ, ସ୍ପେନ, ସ୍ୱିଡେନ ଓ ବ୍ରିଟେନ ସମେତ ଆମେରିକା, ଅଷ୍ଟ୍ରେଲିଆ ଓ କାନାଡାରେ ବି ମଙ୍କିପକ୍ସ ମାମଲା ବଢ଼ିବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଚିନ୍ତାକୁ ଦ୍ୱିଗୁଣ କରିଛି। ହେଲେ ଏହି ମାମଲା ମହାମାରୀ ରୂପ ଧାରଣ କରିପାରିବ ନାହିଁ ବୋଲି ମତପ୍ରକାଶ କରିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ । କାରଣ କରୋନା ପରି ଏହାଦ୍ରୁତ ଗତିରେ ଲୋକଙ୍କୁ ସଂକ୍ରମିତ କରୁନି।
#monkeypox #monkeypoxvirus