ବ୍ରଜରାଜନଗର ଉପ-ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜେଡିର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା

ବ୍ରଜରାଜନଗର ଉପ-ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜେଡିର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା

Spread this article

ବ୍ରଜରାଜନଗର ଉପ-ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜେଡିର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା
ପ୍ରଚାର କରିବେ ନବୀନ

ବ୍ରଜରାଜନଗର ବିଧାନସଭା ଉପ-ନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ ଘୋଷଣା କଲା ବିଜେଡି । ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଛି ବିଜୁ ଜନତା ଦଳ । ତେବେ ଉପ-ନିର୍ବାଚନ ପାଇଁ ପ୍ରଚାର କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଚାର ମଙ୍ଗ ଧରିବେ ୮ ମନ୍ତ୍ରୀ ।

ତେବେ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକାରେ ଅନେକ ବରିଷ୍ଠ ନେତା ଓ ମନ୍ତ୍ରୀଙ୍କ ରହିଛି ନାଁ । ପ୍ରଣବ ପ୍ରକାଶ ଦାସ, ଦେବୀ ମିଶ୍ର, ପ୍ରଶନ୍ନ ଆଚାର୍ଯ୍ୟ, ନିରଞ୍ଜନ ପୂଜାରୀ, ଅରୁଣ ସାହୁ, ପ୍ରତାପ ଜେନାଙ୍କ ଭଳି ଟାଣୁଆ ନେତାଙ୍କୁ ଦିଆଯାଇଛି ବ୍ରଜରାଜନଗର ଦାୟିତ୍ୱ । ଏଥିସହ ସୀମର ରଞ୍ଜନ ଦାସ, ନବ କିଶୋର ଦାସ, ସୁଶାନ୍ତ ସିଂ, ଟୁକୁନି ସାହୁ ଓ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ମଧ୍ୟ ସାଜିବେ ବିଜେଡିର ବ୍ରଜରାଜନଗର ଷ୍ଟାର କ୍ୟାମ୍ପେନର । ପାଲି ପାଳି କରି ଏମାନେ ପ୍ରଚାର ମୈଦାନକୁ ଓହ୍ଲାଇ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତିଙ୍କ ପାଇଁ କରିବେ ପ୍ରଚାର ।

ସେହିପରି ବିଜେପି ଓ କଂଗ୍ରେସ ମଧ୍ୟ ନିଜ ନିଜ ଷ୍ଟାର କ୍ୟାମ୍ପେନରଙ୍କ ନାମ ଘୋଷଣା କରିସାରିଛନ୍ତି । ବିଜେପି ପକ୍ଷରୁ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଥିବା ବେଳେ କଂଗ୍ରେସ ମଧ୍ୟ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଛନ୍ତି । ଉପନିର୍ବାଚନ ଆସନ ହାତେଇବା ପାଇଁ ସବୁ ଦଳ ନିଜ ନିଜର ରଣନୀତିକୁ ଜୋରଦାର କରିଛନ୍ତି । କେହି କେହି ଘର ଘର ବୁଲି ଭୋଟ ଭିକ୍ଷା କରୁଥିବା ବେଳେ ଆଉ କିଏ ସଭା ସମିତି ଜରିଆରେ ଭୋଟରଙ୍କୁ ନିଜ ଆଡକୁ ଆକୃଷ୍ଟ କରୁଛି ।

ସୂଚନାଯୋଗ୍ୟ ଯେ, ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କ ମୃତ୍ୟୁ ପରେ ଏଠାରେ ଉପନିର୍ବାଚନ ଅନୁଷ୍ଠିତ ହେଉଛି । ଏଥିପାଇଁ ୪ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଛି । ମେ ୩୧ରେ ଭୋଟ ଗ୍ରହଣ ହେବ। ଜୁନ ୩ ତାରିଖରେ ଭୋଟ ଗଣତି ହେବ।

ଏନ ଏନ ଏସ ଓଡ଼ିଆ ରାଜନୀତି ରାଜ୍ୟ