ଆଜିଠୁ ବିନା କଟକଣାରେ ଜଗା ଦର୍ଶନ | ପୁରୀ ଶ୍ରୀମନ୍ଦିରରେ ଆରମ୍ଭ ହେଲା କଟକଣା ବିହୀନ ଜଗନ୍ନାଥ ଦର୍ଶନ। ଶ୍ରୀମନ୍ଦିରରେ ପ୍ରବେଶ କରିବାକୁ ଆଉ ଦରକାର ପଡ଼ିବନି ଡବଲ ଡୋଜ ଟୀକାକରଣ ପ୍ରମାଣପତ୍ର କିମ୍ବା କୋଭିଡ ଟେଷ୍ଟ ରିପୋର୍ଟ। କରୋନା ସଂକ୍ରମଣ ହ୍ରାସ ପାଇବା ପରେ ଗତ ୧୪ ତାରିଖରେ ଛତିଶା ନିଯୋଗ ବୈଠକରେ କଟକଣା କୋହଳ ନେଇ ନିଷ୍ପତି ହୋଇଥିଲା । କୋଭିଡ ନିୟମ ମାନି ଶ୍ରୀଜୀଉଙ୍କ ଦର୍ଶନ କରିବେ ଶ୍ରଦ୍ଧାଳୁ। ସକାଳ 6ଟାରୁ ରାତି 9ଟା ପର୍ଯ୍ୟନ୍ତ ଭକ୍ତ ମାନେ ମନ୍ଦିରକୁ ଯାଇ ଚତୂର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କରିବାର ସୁଯୋଗ ପାଇବେ। କୋଭିଡ୍ ସଂକ୍ରମଣ ହାର ସଂପୂର୍ଣ୍ଣ ବନ୍ଦ ହୋଇନଥିବାରୁ ମାସ୍କ ପିନ୍ଧିବା ଓ ସାନିଟାଇଜର ବ୍ୟବହାର କରିବା ବାଧ୍ୟତାମୂଳକ କରାଯାଇଛି । ତେବେ କଟକଣା କୋହଳ ପରେ ଭିଡ଼ ଆଶଙ୍କାରେ ପୋଲିସ ପକ୍ଷରୁ ସୁରକ୍ଷା କଡ଼ାକଡ଼ି କରାଯାଇଛି।