ବଜେଟ୍ ଅଧିବେଶନରେ ଅଭିଭାଷଣ ରଖିଲେ ରାଜ୍ୟପାଳ # NNSODIA

ବଜେଟ୍ ଅଧିବେଶନରେ ଅଭିଭାଷଣ ରଖିଲେ ରାଜ୍ୟପାଳ # NNSODIA

Spread this article

ଆଜିଠୁ ଆରମ୍ଭ ହେଉଛି ବିଧାନସଭାର ବଜେଟ୍ ଅଧିବେଶନ । ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ବଜେଟ୍ ଅଧିବେଶନ। ମାତ୍ର ୬ଦିନ ପାଇଁ ଏହି ଅଧିବେଶନ ବସିବ | ତେବେ ଏହି ବଜେଟ୍ ଅଧିବେଶନ ବେଶ ସରଗରମ ହେବ ବୋଲି କୁହାଯାଉଛି | ନୂଆ ଓ ପୁରୁଣା ପ୍ରସଙ୍ଗକୁ ନେଇ ବିଧାନସଭାର ବଜେଟ୍ ଅଧିବେଶନରେ ବିରୋଧୀ ସରକାରଙ୍କୁ ଘେରିବା ପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି | ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସି ବିଧାନସଭାରେ ପହଞ୍ଚିଛନ୍ତି । ସେହିପରି ବାଚସ୍ପଚି ସୂର୍ଯ୍ୟନାରାୟଣ ପାତ୍ର ମଧ୍ୟ ବିଧାନସଭାରେ ପହଞ୍ଚି ସାରିଛନ୍ତି । ପୂର୍ବାହ୍ନ ୧୧ଟାରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଅଭିଭାଷଣ ରଖିଛନ୍ତି |

ସ୍ୱାସ୍ଥ୍ୟକ୍ଷେତ୍ରକୁ ଗୁରୁତ୍ୱ ଦେଇ ରାଜ୍ୟପାଳ କହିଛନ୍ତି କି, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଲୋକଙ୍କୁ ମାଗଣାରେ ସେବା ଦିଆଯାଉଛି । ରାଜ୍ୟରେ ୯୬ଲକ୍ଷ ପରିବାର ଉପକୃତ ହେଉଛନ୍ତି । ସୁସ୍ଥ ଓଡିଶା, ସୁଖୀ ଓଡିଶା ଓ ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟ ସେବା ଆମ ପାଇଁ ମୂଲ୍ୟବାନ୍ ବୋଲି ଅଭିଭାଷଣ ରଖିଛନ୍ତି । ମୋ ସରକାର ସମବାୟ ବ୍ୟାଙ୍କ୍ ଜରିଆରେ କ୍ଷୁଦ୍ର, ନାମମାତ୍ର, ଭୂମହୀନ, ଭାଗଚାଷୀ, ପ୍ରକୃତ ଚାଷୀ ଏବଂ ଗ୍ରାମ୍ୟ ମହିଳାଙ୍କ ୩୩, ୪୧୬ଟି ଯୁଗଦେୟ ଗୋଷ୍ଠୀଙ୍କୁ ୨୧୯ କୋଟି ଟଙ୍କା ଋଣ ଯୋଗାଇ ଦେଇଛନ୍ତି । ‘କାଳିଆ’ ଯୋଜନାରେ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ରଣ ନିମନ୍ତେ ସୁଧହାର ୧ ପ୍ରତିଶତରୁ ‘ଶୂନ’ ପ୍ରତିଶତ କରାଯାଇଛି, ଯାହାଦ୍ୱାରା ୨୦୧୯-୨୦ ବର୍ଷରେ ସେଗୁଡ଼ିକ ସୁଧମୁକ୍ତ ଫସଲ ରଣରେ ପରିଣତ ହୋଇପାରିଛି ବୋଲି ଅଭିଭାଷଣରେ କହିଛନ୍ତି ରାଜ୍ୟପାଳ |

ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ହେମାନନ୍ଦ ବିଶ୍ୱାଳ ଓ ପୂର୍ବତନ ବାଚସ୍ପତି କିଶୋର ମହାନ୍ତିଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ ପରେ ଗୃହକୁ ଅପରାହ୍ମ ୪ଟା ପର୍ଯ୍ୟନ୍ତ ମୁଲତବି ରଖାଯିବ । ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ୨୫, ୨୬ ଓ ୨୮ ତାରିଖ ୩ ଦିନ ଧରି ଆଲୋଚନା ହେବ । ୩୦ ତାରିଖରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୨-୨୩ ଆର୍ଥିକବର୍ଷ ପାଇଁ କାମଚଳା ବଜେଟ୍ ଉପସ୍ଥାପନ କରିବେ । ୩୧ ତାରିଖରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ ହେବ | କାର୍ଯ୍ୟସୂଚୀ ଅନୁସାରେ ୬ଟି କାର୍ଯ୍ୟ ଦିବସରେ ଗୃହରେ ବିଜେପି ୩ଟି ଓ କଂଗ୍ରେସ ୨ଟି ମୁଲତବୀ ପ୍ରସ୍ତାବ ଆଣିବ । ସରକାର ଅନେକ ବିଲ୍ ଆଣିବେ ବୋଲି ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି । ଅଧିବେଶନ ପୂର୍ବରୁ ବାଚସ୍ପତିଙ୍କଠୁ ଆରମ୍ଭ କରି ସମସ୍ତ ସଦସ୍ୟଙ୍କ କୋଭିଡ୍ ପରୀକ୍ଷା କରାଯାଇଛି|

ଏନ ଏନ ଏସ ଓଡ଼ିଆ ପ୍ରମୁଖ ଖବର ବାଣିଜ୍ୟ ରାଜନୀତି ରାଜ୍ୟ