ଚାଷୀଙ୍କୁ ରାଜ୍ୟ ସରକାରଙ୍କ ଭେଟି : କାଳିଆ ହିତାଧିକାରୀଙ୍କୁ ମିଳିବ ୨ହଜାର ଟଙ୍କା

ଚାଷୀଙ୍କୁ ରାଜ୍ୟ ସରକାରଙ୍କ ଭେଟି : କାଳିଆ ହିତାଧିକାରୀଙ୍କୁ ମିଳିବ ୨ହଜାର ଟଙ୍କା

Spread this article

ଅକ୍ଷୟ ତୃତୀୟା ଅବସରରେ ଚାଷୀଙ୍କୁ ଭେଟି ଦେଲେ ରାଜ୍ୟ ସରକାର | ପ୍ରତ୍ୟେକ କାଳିଆ ହିତାଧିକାରୀଙ୍କୁ ମିଳିବ ୨ ହଜାର ଟଙ୍କା । ଆସନ୍ତାକାଲି ରାଜ୍ୟର ଚାଷୀମାନଙ୍କୁ କାଳିଆ ଟଙ୍କା ପ୍ରଦାନ କରାଯିବ । ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ଯିବ କାଳିଆ ଟଙ୍କା। ଏନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ |

 

୨୦୧୮ରୁ ଚାଷୀଙ୍କ ପାଇଁ ଆରମ୍ଭ ହୋଇଥିବା ଏହି ଯୋଜନାରେ ବର୍ତ୍ତମାନ ସୁଦ୍ଧା ୫୩ ଲକ୍ଷରୁ କ୍ଷୁଦ୍ର, ନାମମାତ୍ର ଏବଂ ଭୂମିହୀନ ଚାଷୀ ସିଧାସଳଖ ଉପକୃତ ହୋଇଛନ୍ତି । ଗତବର୍ଷ ଅକ୍ଷୟ ତୃତୀୟା ଅବସରରେ ଚାଷୀଙ୍କୁ କାଳିୀଆ ଟଙ୍କା ଦେଇଥିଲେ ସରକାର ।

ସୂଚନାଯୋଗ୍ୟ ଯେ, ଗତବର୍ଷ ସେପ୍ଟେମ୍ବର ମାସରେ ରାଜ୍ୟର ୩୭ ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ୭୪୩ କୋଟି ଟଙ୍କା ପଠାଯାଇଥିଲା । ୩୭,୧୨,୯୧୪ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ କାଳିଆ ଯୋଜନାରେ ୭୪୨.୫୮ କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇଥିଲା । ପ୍ରତ୍ୟେକ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ୨ ହଜାର ଟଙ୍କା ଲେଖାଏଁ ଜମା କରାଯାଇଥିଲା ।

ଏନ ଏନ ଏସ ଓଡ଼ିଆ କୃଷି ଓ କୃଷକ ରାଜ୍ୟ