ବିହାରରୁ ପ୍ରଶାନ୍ତ କିଶୋରଙ୍କ ନୂଆ ପଦକ୍ଷେପ;  ଟ୍ୱିଟ କରି ଦେଲେ ସଂକେତ

ବିହାରରୁ ପ୍ରଶାନ୍ତ କିଶୋରଙ୍କ ନୂଆ ପଦକ୍ଷେପ; ଟ୍ୱିଟ କରି ଦେଲେ ସଂକେତ

Spread this article

ନୂଆ ଦଳ ଗଢିବାକୁ ଯୋଜନା କରୁଛନ୍ତି ପ୍ରଶାନ୍ତ କିଶୋର | କଂଗ୍ରେସ ସହ ମତାନ୍ତର ପରେ ଏଭଳି ନିଷ୍ପତ୍ତି ନେଇଛନ୍ତି ରାଜନୀତିର ବିଶିଷ୍ଟ ରଣନୀତିଜ୍ଞ ପ୍ରଶାନ୍ତ କିଶୋର | ଖୋଦ୍‌ ନିଜେ ଏହି ସଙ୍କେତ ଦେଇଛନ୍ତି ପ୍ରଶାନ୍ତ । ସୋମବାର ପ୍ରଶାନ୍ତ କରିଥିବା ଏକ ଟ୍ୱିଟ୍‌ ଏହି ଚର୍ଚ୍ଚାର ଖୋରାକ ଯୋଗାଇଛି।

ଟ୍ୱିଟ କରି ସେ ଲେଖିଛନ୍ତି ଯେ, ବାସ୍ତବ ସମସ୍ୟା ବୁଝିବା ପାଇଁ ପ୍ରକୃତ ମାଷ୍ଟରଙ୍କ ନିକଟରେ ପହଞ୍ଚିବା ପାଇଁ ସମୟ ଆସିଛି । ତାଙ୍କ କାର୍ଯ୍ୟକ୍ରମର ନାଁ ରହିଛି ‘ଜନ ସୁରାଜ’ ଅର୍ଥାତ ଲୋକଙ୍କୁ ସୁଶାସନ। ତେଣୁ ଲୋକଙ୍କୁ ସୁଶାସନ ଦେବା ପାଇଁ ଜନସାଧାରଣଙ୍କ ନିକଟକୁ ସେ ଯିବେ । ଲୋକଙ୍କ ସମସ୍ୟା ବୁଝିବେ |ତାଙ୍କର ଏହି ଅଭିଯାନ ବିହାରରୁ ଆରମ୍ଭ ହେବ । ଯଦିଓ ସେ ନୂଆ ଦଳ ଗଠନ ବିଷୟରେ ସିଧାସଳଖ ଘୋଷଣା କରି ନାହାନ୍ତି କିନ୍ତୁ ତାଙ୍କ ଟ୍ୱିଟରୁ ରାଜନୈତିକ ସ୍ୱପ୍ନ ବାରି ହେଉଛି। ଅର୍ଥାତ ପ୍ରଶାନ୍ତ ଆଉ କୌଣସି ଦଳର ରଣନୀତିଜ୍ଞ ହୋଇ ପରଦା ପଛର ନାୟକ ହେବେ ନାହିଁ । ବରଂ ସେ ସିଧାସଳଖ ପରଦାକୁ ଆସିବେ।

ସେ ଗୋଟାଏ ନୂଆ ରାଜନୈତିକ ଦଳ ଗଠନ କରିବେ କିମ୍ୱା କୌଣସି ଦଳରେ ସାମିଲ ହେବେ ସେ ନେଇ ସ୍ପଷ୍ଟ ହୋଇନାହିଁ। ତେବେ ଏଭଳି ଟ୍ୱିଟ୍ ନୂଆ ରାଜନୈତିକ ଦଳ ଗଠନର ଚର୍ଚ୍ଚାକୁ ବେଶ୍ ଖୋରାକ୍ ଯୋଗାଇଛି ।

ଏନ ଏନ ଏସ ଓଡ଼ିଆ ଜାତୀୟ ରାଜନୀତି