କାଠମାଣ୍ଡୁର ଏକ ବିଦେଶୀ ନାଇଟ୍ କ୍ଲବରେ ରାହୁଲ ଗାନ୍ଧୀ; ଭିଡିଓ ଜାରି କରି ଘେରିଲା ବିଜେପି

କାଠମାଣ୍ଡୁର ଏକ ବିଦେଶୀ ନାଇଟ୍ କ୍ଲବରେ ରାହୁଲ ଗାନ୍ଧୀ; ଭିଡିଓ ଜାରି କରି ଘେରିଲା ବିଜେପି

Spread this article

ଏକ ବିଦେଶୀ ନାଇଟ୍ କ୍ଲବରେ ରାହୁଲ ଗାନ୍ଧୀ | ସୋମବାର ରାତିରେ ନେପାଳ କାଠମାଣ୍ଡୁର ଏକ ବିଦେଶୀ ନାଇଟ୍ କ୍ଲବରେ ଦେଖିବାକୁ ମିଳିଛନ୍ତିି କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ । ନାଇଟ କ୍ଲବ ପବରେ ଜଣେ ନେପାଳି ବାନ୍ଧବୀଙ୍କ ସହ ତାଙ୍କୁ ଦେଖିବାକୁ ମିଳିଛି । ତାଙ୍କର ଏହି ଭିଡିଓ ଏବେ ବେଶ ଭାଇରାଲ ହେବାରେ ଲାଗିଛି |

ଅନ୍ୟପକ୍ଷରେ ବିଦେଶୀ ନାଇଟ୍ କ୍ଲବରେ ରାହୁଲ ଗାନ୍ଧୀଙ୍କୁ ନେଇ ଘେରିଛି ବିଜେପି | ବିଜେପି କଂଗ୍ରେସ ଏବଂ ରାହୁଲ ଗାନ୍ଧୀଙ୍କୁ କରିଛି ଟାର୍ଗେଟ | ବିଜେପି ମୁଖପାତ୍ର ଶାହାଜାଦ ପୁନାୱାଲା କହିଛନ୍ତି ଯେ ରାହୁଲ ଗାନ୍ଧୀ ଯାହା କରୁଛନ୍ତି ସେଟା ତାଙ୍କର ବ୍ୟକ୍ତିଗତ କଥା | କିନ୍ତୁ ରାଜସ୍ଥାନରେ କଂଗ୍ରେସ ସରକାର ଥିବା ବେଳେ ଏବେ ରାଜସ୍ଥାନର ଯୋଧପୁରରେ ହିଂସା ଘଟୁଛି, ସହର ଜଳୁଛି | ଏହି ସମୟରେ ରାହୁଲ ଗାନ୍ଧୀ ନେପାଳର ଏକ ନାଇଟ୍ କ୍ଲବରେ ପାର୍ଟି କରୁଥିବା ନଜର ଆସିଛନ୍ତି। ଯାହାକି ଅତ୍ୟନ୍ତ ଦୁଃଖର ବିଷୟ ବୋଲି ସେ କହିଥିଲେ |

 

ସେହିଭଳି ବିଜେପି ନେତା କପିଲ ମିଶ୍ର ଟ୍ୱିଟ୍ କରି ରାହୁଲ ଗାନ୍ଧୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି, ‘ଏହା ରାହୁଲ ଗାନ୍ଧୀଙ୍କ ବ୍ୟକ୍ତିଗତ ଜୀବନର ବିଷୟ ନୁହେଁ | ରାହୁଲ ଗାନ୍ଧୀଙ୍କ କାହା ସହିତ ଅଛନ୍ତି ? ସେ କଣ ଚାଇନାର ଏଜେଣ୍ଟଙ୍କ ସହ ଅଛନ୍ତି କି? ରାହୁଲ ଗାନ୍ଧୀ ସେନା ବିରୋଧରେ ଯେଉଁ ଟ୍ୱିଟ୍ କରିଛନ୍ତି ତାହା ଚୀନ୍‌ର ଚାପରେ କରିଛନ୍ତି କି? ତେଣୁ ଏ ସବୁର ତ ପ୍ରଶ୍ନ ପଚରାଯିବ ? ତେବେ ଏହା ଆମେ ପଚାରୁ ନାହୁଁ ଏହା ଦେଶବାସୀଙ୍କ ପ୍ରଶ୍ନ ବୋଲି ସେ ଲେଖିଛନ୍ତି ।

ଏନ ଏନ ଏସ ଓଡ଼ିଆ ଜାତୀୟ ଭିଡ଼ିଓ ଗ୍ୟାଲେରି ରାଜନୀତି