ବାଲିମେଳା ଜଳଭଣ୍ଡାରରେ ଡଙ୍ଗା ବୁଡ଼ି ଘଟଣା ; ମିଳିଲା ୨ ନିଖୋଜଙ୍କ ମୃତଦେହ

ବାଲିମେଳା ଜଳଭଣ୍ଡାରରେ ଡଙ୍ଗା ବୁଡ଼ି ଘଟଣା ; ମିଳିଲା ୨ ନିଖୋଜଙ୍କ ମୃତଦେହ

Spread this article

ବାଲିମେଳା ଜଳଭଣ୍ଡାରରେ ଡଙ୍ଗା ବୁଡ଼ି ଯିବାରୁ ନିଖୋଜ ଥିବା ୨ ଜଣକ ମୃତଦେହ ମିଳିଛି | ବୁଧବାର ସକାଳୁ ଜଳଭଣ୍ଡାରରୁ ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଦୁଇଜଣ ହେଲେ ଜଗନ୍ନାଥ ଗୋଲାରୀ (୧୯) ଏବଂ ପିତାମ୍ବର ମୁଦୁଲି (୧୯) | ମୃତଦେହ ଉଦ୍ଧାର ପରେ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସ୍ଵାଭିମାନ ଅଂଚଳରେ ବାଲିମେଳା ଜଳଭଣ୍ଡାରରେ ସୋମବାର ଅପରାହ୍ନରେ ଘଟିଥିଲା ଏହି ଦୁର୍ଘଟଣା | ନାରିଙ୍ଗଝୋଲା ଗ୍ରାମରେ ସାପ୍ତାହିକ ହାଟ ସାରି ଏକ ଦେଶୀ ଡ଼ଙ୍ଗା ସାହାଯ୍ୟରେ ତିନି ଜଣ ଯୁବକ ଫେରିବା ସମୟରେ ଓରାପଦର ପାଖରେ ଡଙ୍ଗା ବୁଡି ଯାଇଥିଲା। ଏଥିରେ ଦୁଇ ଜଣ ନିଖୋଜ ଥିବା ବେଳେ ଜଣେ ପହଁରି ପହଁରି କୂଳରେ ପହଞ୍ଚି ଯାଇଥିଲେ।

ଏନ ଏନ ଏସ ଓଡ଼ିଆ ଦୁର୍ଘଟଣା ରାଜ୍ୟ