ପଞ୍ଚମ ଦିନରେ ପହଞ୍ଚିଛି ରୁଷ-ୟୁକ୍ରେନ ଯୁଦ୍ଧ | ଚାଲିଛି ଜୋରଦାର ଲଢେଇ | ଯୁଦ୍ଧ ଭିତରେ ପରମାଣୁ ଆକ୍ରମଣ ପାଇଁ ଧମକ ଦେଇଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ | ସୋମବାର ପୁଟିନ ତାଙ୍କ ଆଣବିକ ଦଳକୁ ମଧ୍ୟ କରାଇ ଦେଇଛନ୍ତି ସତର୍କ। ଆଣବିକ ଅଭ୍ୟାସ ବିଷୟରେ ମଧ୍ୟ କରିଛନ୍ତି ଆଲୋଚନା । ପୁଟିନଙ୍କ ଏହି ଧମକ ପରେ ବିଶ୍ଵବ୍ୟାପୀ ସୃଷ୍ଟି ହୋଇଛି ହଇଚଇ | ସମସ୍ତଙ୍କୁ ଘାରୁଛି ଭୟ , କାଳେ ଋଷ ପରମାଣୁ ଆକ୍ରମଣ କରିଦେବ କି?
କିନ୍ତୁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ପୁଟିନଙ୍କ ଆଣବିକ ବିପଦକୁ ନେଇ ଚିନ୍ତିତ ନୁହଁନ୍ତି। ଜଣେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ବାଇଡେନ ଅତି ଶାନ୍ତ ଭାବରେ କହିଛନ୍ତି ନା ମୁ ପୁଟିନଙ୍କ ଧମକରେ ଚିନ୍ତିତ ନାହିଁ । ପରମାଣୁ ଆକ୍ରମଣର ଧମକକୁ ଡରିବା ଦରକାର ନାହିଁ ବୋଲି ସେ କହିଛନ୍ତି । ଏହାର ଅର୍ଥ ପୁଟିନଙ୍କ ପରମାଣୁ ଆକ୍ରମଣର କଡା ଜବାବ ଦେଇପାରିବ ଆମେରିକା ବୋଲି କୁହାଯାଉଛି ଆମେରିକାର ବୈଦେଶିକ ବିଭାଗର ମୁଖପାତ୍ର ନେଡ ପ୍ରାଇସ କହିଛନ୍ତି ଯେ ଆମର ପରମାଣୁ ଶକ୍ତିକୁ ସତର୍କ ମୋଡରେ ରଖିବା ପାଇଁ ଆମେ ଏ ପର୍ଯ୍ୟନ୍ତ କୌଣସି କାରଣ ଦେଖୁନାହୁଁ।