ଲସ୍ ଆଞ୍ଜେଲସରେ ବିଶ୍ୱସ୍ତରୀୟ କ୍ରିକେଟ ଷ୍ଟାଡିୟମ କରିବେ ଶାହାରୁଖ୍

ଲସ୍ ଆଞ୍ଜେଲସରେ ବିଶ୍ୱସ୍ତରୀୟ କ୍ରିକେଟ ଷ୍ଟାଡିୟମ କରିବେ ଶାହାରୁଖ୍

Spread this article

ବଲିଉଡର ବାଦଶାହ ଶାହରୁଖ ଖାନ୍‌ କ୍ରିକେଟ୍‌ ପ୍ରତି କେତେ ଦିୱାନା ସମସ୍ତେ ଜାଣିଥାନ୍ତି । ଆଇପିଏଲ ଟିମ୍‌ କେକେଆରର ମାଲିକ ମଧ୍ୟ ବଲିଉଡ ଅଭିନେତା ଶାହରୁଖ | ଏପରିକି ଅନେକ ଥର ସେ ଷ୍ଟାଡ଼ିୟମରେ ମ୍ୟାଚ୍‌ ଦେଖୁଥିବାର ମଧ୍ୟ ନଜର ଆସନ୍ତି | ତେବେ ଶାହରୁଖ ଏକ ବିଶ୍ୱସ୍ତରୀୟ କ୍ରିକେଟ୍‌ ଷ୍ଟାଡ଼ିୟମ ନିର୍ମାଣ କରିବେ ବୋଲି କୁହାଯାଉଛି |

ଆମେରିକାର ଲସ୍ ଆଞ୍ଜେଲସରେ ସେ ଏହି କ୍ରିକେଟ ଷ୍ଟାଡିୟମ ନିର୍ମାଣ କରିବାକୁ ଯାଉଛନ୍ତି । ଏହି ଷ୍ଟାଡିୟମରେ ୧୦ ହଜାର ଦର୍ଶକଙ୍କ ପାଇଁ ବସିବାର ବ୍ୟବସ୍ଥା କରାଯିବ । ତାଙ୍କର କ୍ରିକେଟ୍‌ ଟିମ୍‌ ଓ ୟୁଏସ୍‌ଏ ଏମ୍‌ଏଲସି ୨୦ର ସହଯୋଗରେ ୧୫ ଏକର ଜମିରେ ଏହି ୱାର୍ଲଡ କ୍ଲାସ୍‌ ଷ୍ଟାଡ଼ିୟମ ତିଆରି କରାଯିବ। ଏ ନେଇ ଶାହରୁଖ ଖାନ୍‌ଙ୍କ ପକ୍ଷରୁ ଶୁକ୍ରବାର ଏକ ବିବୃତ୍ତି ମଧ୍ୟ ଜାରି କରାଯାଇଛି । ଶାହରୁଖ ଖାନ୍‌ କହିଛନ୍ତି , ଲସ୍ ଏଞ୍ଜେଲସରେ ବିଶ୍ୱ ସ୍ତରୀୟ କ୍ରିକେଟ ଷ୍ଟାଡିୟମ ନିର୍ମାଣ ପାଇଁ ତାଙ୍କ କ୍ରିକେଟ ଦଳ କେକେଆର ଆମେରିକାର ମେଜର ଲିଗ୍ କ୍ରିକେଟ ଟି-୨୦ ସହ ସହଯୋଗ କରିବ ବୋଲି ସୂଚନା ଦିଆଯାଇଛି । ବୟାନରେ ଆହୁରି କୁହାଯାଇଛି , ଏମଏଲସିରେ ଆମର ନିବେଶ ଆମେରିକାରେ କ୍ରିକେଟର ଭବିଷ୍ୟତକୁ ନେଇ ରୋମାଞ୍ଚକ ହେବାକୁ ଯାଉଛି। ଏହି ପ୍ରକଳ୍ପରେ ଅନେକ ମିଲିୟନ୍ ଡଲାର ପୁଞ୍ଜି ବିନିଯୋଗ ହେବ ।

ଏନ ଏନ ଏସ ଓଡ଼ିଆ କ୍ରୀଡ଼ା ଜାତୀୟ ମନୋରଞ୍ଜନ