ଆତ୍ମସମର୍ପଣ ପାଇଁ ସମୟ ମାଗିଲେ ସିଦ୍ଧୁ

ଆତ୍ମସମର୍ପଣ ପାଇଁ ସମୟ ମାଗିଲେ ସିଦ୍ଧୁ

Spread this article
ସ୍ୱାସ୍ଥ୍ୟଗତ ସମସ୍ୟା ଦର୍ଶାଇ ସମୟ ମାଗିଲେ ଜେଲଦଣ୍ଡ ପାଇ ଥିବା ସିଦ୍ଧୁ
 
ଆତ୍ମ ସମର୍ପଣ କଲେନି ନବଜ୍ୟୋତ ସିଂ ସିଦ୍ଧୁ । ଆଜି ସିଦ୍ଧୁ ପଟିଆଲା କୋର୍ଟରେ ଆତ୍ମସମର୍ପଣ କରିବେ ବୋଲି ଆଶା କରାଯାଉଥିଲା। । କିନ୍ତୁ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ସେ ସୁପ୍ରିମକୋର୍ଟରେ ଆହୁରି ସପ୍ତାହକର ସମୟ ମାଗିଛନ୍ତି । ଏଥିପାଇଁ ସେ କୋର୍ଟରେ କ୍ୟୁରେଟିଭ୍ ପିଟିସନ ଦାଏର କରିଥିବା ଜଣାପଡିଛି । ଅନ୍ୟଦିଗରେ ସିଦ୍ଧୁଙ୍କ କ୍ୟୁରେଟିଭ୍ ପିଟିସନ ଉପରେ ଶୁଣାଣି କରୁଥିବା ବେଞ୍ଚ୍ ମାମଲାକୁ ପ୍ରଧାନ ବିଚାରପତିଙ୍କ ସମ୍ମୁଖରେ ରଖିବାକୁ କହିଛନ୍ତି ।
 
ସୂଚନା ମୁତାବକ, ୧୯୮୮ ରେ ଘଟିଥିବା ରୋଡରେଜ୍ ଘଟଣାରେ ଚଳିତ ମେ ମାସ ୧୯ ତାରିଖରେ ୧ ବର୍ଷର ଜେଲ ଦଣ୍ଡ ଶୁଣାଇଥିଲେ କୋର୍ଟ । ଏନେଇ ଆଜି ତାଙ୍କୁ ଆତ୍ମସମର୍ପଣ କରିବାର ଥିଲା । ଆଜି ସିଦ୍ଧୁଙ୍କ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ସପ୍ତାହକର ସମୟ ମାଗିଥିଲେ ବି ନିର୍ଦ୍ଦଷ୍ଟ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇନାହାଁନ୍ତି ସିଦ୍ଧୁଙ୍କ ଓକିଲ ।
 
ସୂଚନାଯୋଗ୍ୟ, ରୋଡ ରେଜ ଘଟଣାକୁ ନେଇ ଆଇପିସି ଧାରା ୩୨୩ ଅନୁଯାୟୀ ସିଦ୍ଧୁଙ୍କ ବିରୋଧରେ ୩୪ ବର୍ଷ ତଳେ ମାମଲା ରୁଜୁ ହୋଇଥିଲା। ୧୯୯୯ରେ ସେସନ୍‌ କୋର୍ଟ ଏହି ମାମଲାକୁ ଖାରଜ କରିଥିଲେ। ୨୦୦୨ରେ ପଞ୍ଜାବ ସରକାର ସିଦ୍ଧୁଙ୍କ ବିରୋଧରେ ହାଇକୋର୍ଟରେ ଅପିଲ କରିଥିଲେ। ଡିସେମ୍ବର ୨୦୦୬ରେ ହାଇକୋର୍ଟ ସିଦ୍ଧୁ ଓ ତାଙ୍କ ବନ୍ଧୁଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଏଥିସହ ଉଭୟଙ୍କୁ ୩ ବର୍ଷ ଲେଖାଏ ଜେଲ୍‌ ଦଣ୍ଡାଦେଶ ଶୁଣାଇବା ସହ ୧ ଲକ୍ଷ ଟଙ୍କାର ଜରିମାନା ମଧ୍ୟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ।
 
ତେବେ ୨୦୦୬ରେ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ ସିଦ୍ଧୁ। ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ରୋକ୍‌ ଲଗାଇ ଦେଇଥିଲେ। ୨୦୧୮ ମେ’ ୧୫ରେ ଧାରା ୩୨୩ ଅନୁଯାୟୀ ସୁପ୍ରିମକୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ସିଦ୍ଧୁ। ଏଥିରେ ସିଦ୍ଧୁଙ୍କୁ ୧୦୦୦ ଟଙ୍କା ଜୋରିମାନା ଦେବା ପରେ ମୁକ୍ତ କରାଯାଇଥିଲା। କିନ୍ତୁ ୨୦୧୮ ସେପ୍ଟେମ୍ବର ୧୨ ପ୍ରାଣ ହରାଇଥିବା ଗୁରନାମଙ୍କ ପରିବାର ରିଭ୍ୟୁ ପିଟିସନ ଦାଖଲ କରିଥିଲେ। ଏହାର ଶୁଣାଣି ପାଇଁ ମଧ୍ୟ ସୁପ୍ରିମକୋର୍ଟ ରାଜି ହୋଇଥିଲେ। ଏବେ ଶେଷରେ ସିଦ୍ଧୁଙ୍କ ବିରୋଧରେ ରାୟ ଆସିଛି।
 
#NavjotSidhhu #roadrage
ଅପରାଧ ଏନ ଏନ ଏସ ଓଡ଼ିଆ ଚର୍ଚ୍ଚିତ ଖବର ଜାତୀୟ ରାଜନୀତି