ଅଙ୍ଗଦାନ କରି ଅମର ହେଲେ ୬ ବର୍ଷର ରୋଲି

ଅଙ୍ଗଦାନ କରି ଅମର ହେଲେ ୬ ବର୍ଷର ରୋଲି

Spread this article
ଏମ୍ସ ଇତିହାସର ସର୍ବ କନିଷ୍ଠ ଅଙ୍ଗଦାତ୍ରୀ, ୫ ଜଣ ପାଇବେ ନୂଆ ଜୀବନ
 
 
ବୟସ ମାତ୍ର ୬ ବର୍ଷ । ଜୀବନକୁ ଭଲ ଭାବେ ବୁଝିନଥିବା କଅଁଳ ପିଲା ବଞ୍ଚାଇପାରିବ ପାଞ୍ଚ ପାଞ୍ଚଟି ଅମୁଲ୍ୟ ଜୀବନ | ଜଣେ ଗରିବ ପିତାମାତା ସେମାନଙ୍କର ଛୋଟ ଝିଅକୁ ହରାଇ ଦୁଃଖରେ ମ୍ରିୟମାଣ ହୋଇପଡିଥିଲେ | କିନ୍ତୁ ଝିଅର ମୃତ୍ୟୁ ପରେ ପିତାମାତା ଏପରି ନିଷ୍ପତ୍ତି ନେଇଥିଲେ ଯାହାକୁ ସମସ୍ତେ ପ୍ରଶଂସା କରୁଛନ୍ତି | ଅନ୍ୟ ଶିଶୁମାନଙ୍କ ଭିତରେ ନିଜର ନିରୀହ ସନ୍ତାନକୁ ଦେଖିବା ପାଇଁ ଝିଅର ଅଙ୍ଗଦାନ କରିବାକୁ ନେଇଥିଲେ ନିଷ୍ପତ୍ତି | ଦିଲ୍ଲୀର ଏମ୍ସ ମେଡ଼ିକାଲରେ ଝିଅର ଚାରିଟି ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଦାନ କରିଛନ୍ତି ବାପାମା | ଅଙ୍ଗଦାନ କରି ଶିଶୁ ହୋଇଯାଇଛି ଅମର | ବର୍ତ୍ତମାନ ଏହି ୬ ବର୍ଷର ବାଳିକା ଦିଲ୍ଲୀ ଏମ୍ସ ଇତିହାସରେ ସବୁଠାରୁ କନିଷ୍ଠ ଅଙ୍ଗଦାତ୍ରି ହୋଇପାରିଛି |
 
 
ଅଙ୍ଗଦାନ କରିଥିବା ଝିଅର ନାମ ହେଉଛି ରୋଲି ପ୍ରଜାପତି | ଯିଏ ତାଙ୍କ ପରିବାର ସହିତ ଦେଶର ରାଜଧାନୀ ଦିଲ୍ଲୀର ନୋଏଡାଠାରେ ରହୁଥିଲେ। କିନ୍ତୁ ଏପ୍ରିଲ 27 ରାତିରେ ଜଣେ ଅଜଣା ଦୁର୍ବୃତ୍ତର ଗୁଳିମାଡ଼ ଗୁରୁତର ହୋଇ ପଡ଼ିଥିଲେ | ପରିବାର ଲୋକେ ତାଙ୍କୁ ଦିଲ୍ଲୀର ଏକ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ପରବର୍ତ୍ତୀ ସମୟରେ ରୋଲି ଚିକିତ୍ସାଧିନ ଅବସ୍ଥାରେ କୋମାକୁ ଚାଲିଗଲା । କୋମା ଅବସ୍ଥାରେ ରୋଲିକୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା । ବହୁଚେଷ୍ଟା ପରେ ବ୍ରେନ୍‌ଡେଡ୍‌ ହୋଇଗଲା ରୋଲିର। ଏହା ପରେ ତାର ଅଙ୍ଗଦାନ ପାଇଁ ପରିବାର ଲୋକ ନେଇଥିଲେ ନିଷ୍ପତ୍ତି । ଏନେଇ ବାପା,ମା ଅନୁମତି ଦେବା ପରେ ରୋଲିର ଲିଭର, କିଡନୀ, ଦୁଇଟି କର୍ଣ୍ଣିଆ ଏବଂ ହାର୍ଟ ଭଲ୍ଭ କଢ଼ାଯାଇଥିଲା । ତେବେ ବାପା, ମା କହିଛନ୍ତି ନିଜ ଝିଅ ସିନା ବଞ୍ଚିଲାନି, ହେଲେ ତାଙ୍କ ଅଙ୍ଗରେ ଆଉ କାହାର ଅନ୍ତତଃ ଜୀବନ ବଞ୍ଚିଯିବ । ସେମାନେ କହିଛନ୍ତି ଯେତେବେଳେ ଜଣେ ବ୍ୟକ୍ତି ଏହି ଦୁନିଆ ଛାଡିଦିଏ, ସେ ସର୍ବଦା ଲୋକଙ୍କ ସ୍ମୃତିରେ ବଞ୍ଚିଥାଏ |ତେଣୁ ଆମ ଝିଅର ଅଙ୍ଗଦାନ ସାହାଯ୍ୟରେ ଅନ୍ୟମାନଙ୍କ ଶରୀରରେ ଆମ ଝିଅ ବଞ୍ଚିପାରିବ ବୋଲି କହିଛନ୍ତି |
 
 
#OrganDonation #organdonor #AIIMS #aiimsdelhi #Roli
ଚର୍ଚ୍ଚିତ ଖବର ଜାତୀୟ ସମଗ୍ର ଦୁନିଆ ସ୍ବାସ୍ଥ୍ୟ