ମାଟ୍ରିକ ପରୀକ୍ଷା ଚିନ୍ତା : ରଶି ଲଗାଇ ଆତ୍ମହତ୍ୟା କଲେ ଛାତ୍ର

ମାଟ୍ରିକ ପରୀକ୍ଷା ଚିନ୍ତା : ରଶି ଲଗାଇ ଆତ୍ମହତ୍ୟା କଲେ ଛାତ୍ର

Spread this article

ରାଜ୍ୟରେ ଚାଲିଛି ମାଟ୍ରିକ ପରୀକ୍ଷା | ପିଲାମାନେ ପାଠପଢ଼ାରେ ବ୍ୟସ୍ତ | ଏହି ସମୟରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି | ମାଟ୍ରିକ ପରୀକ୍ଷା ଚିନ୍ତା ଯୋଗୁ ଜଣେ ଛାତ୍ର ରଶି ଲଗାଇ କରିଛନ୍ତି ଆତ୍ମହତ୍ୟା | ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ନୟାକୋଟ ଥାନା ଅନ୍ତର୍ଗତ ବରଗୁଡ଼ା ଗ୍ରାମରେ। ମୃତ ଛାତ୍ର ଜଣକ ହେଲେ ୧୬ ବର୍ଷୀୟ ମିଥୁନ ଖଣ୍ଡା |

ସଙ୍କରାଇ ଗ୍ରାମର ପିଅନ ଖଣ୍ଡାଙ୍କ ପୁଅ ମିଥୁନ ନିଜ ପିଉସୀଙ୍କ ଗାଁ ବରଗୁଡ଼ାରେ ରହି ପାଠ ପଢ଼ୁଥିଲେ । କିନ୍ତୁ ସେ ଠିକ ଭାବେ ପଢାପଢି କରିନଥିବାରୁ ପରୀକ୍ଷା ଦେବାକୁ ଭୟ କରୁଥିଲେ | କିନ୍ତୁ ଘର ଲୋକ ତାଙ୍କୁ ବୁଝାସୁଝା କରିଥିଲେ | କାଲି ମାଟ୍ରିକ ପରୀକ୍ଷା ଆରମ୍ଭ ହେବା ପୂର୍ବରୁ ସେ ଘରୁ ବାହାରି ଯାଇ ବରଗୁଡା ନିକଟସ୍ଥ ଜଙ୍ଗଲରେ ଏକ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାଯାଇଛି | ପରିବାର ଲୋକେ ବହୁତ ଖୋଜା ଖୋଜି କରିଥିଲେ ମଧ୍ୟ ତାଙ୍କୁ ପାଇନଥିଲେ | ଆଜି ସକାଳୁ ଗ୍ରାମର କିଛି ମହିଳା ପତ୍ର ତୋଳିବା ପାଇଁ ଜଙ୍ଗଲକୁ ଯାଇଥିବା ବେଳେ ବାଳକ ଜଣକ ଗଛରେ ଝୁଲନ୍ତା ଅବସ୍ଥାରେ ଥିବା ଦେଖି ପିଉସୀ ଘର ଲୋକଙ୍କୁ ଜଣାଇଥିଲେ । ଘର ଲୋକ ଘଟଣାସ୍ଥଳକୁ ଯାଇ ନିକଟସ୍ଥ ନୟାକୋଟ ଥାନାକୁ ଖବର ଦେଇଥିଲେ | ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରି ବ୍ୟବଛେଦ ପାଇଁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି ।

ଏନ ଏନ ଏସ ଓଡ଼ିଆ ଦୁର୍ଘଟଣା ରାଜ୍ୟ