ରଥ ଟଣା ବେଳେ ବିଦ୍ୟୁତ୍‌ ତାର ବାଜି ଚାଲିଗଲା ୧୦ ଜୀବନ

ରଥ ଟଣା ବେଳେ ବିଦ୍ୟୁତ୍‌ ତାର ବାଜି ଚାଲିଗଲା ୧୦ ଜୀବନ

Spread this article

ତାମିଲନାଡ଼ୁରେ ରଥଯାତ୍ରା ବେଳେ ଘଟିଛି ବଡ଼ ଧରଣର ଅଘଟଣ । ମନ୍ଦିରରେ ଶୋଭାଯାତ୍ରାବେଳେ ବିଦ୍ୟୁତ ଆଘାତରେ ଦୁଇ ଶିଶୁଙ୍କ ସମେତ ପ୍ରାଣ ହରାଇଛନ୍ତି ୧୦ ଜଣ । ବୁଧବାର ସକାଳେ ତାମିଲନାଡୁର ତାଞ୍ଜାଭୋର ଜିଲ୍ଲାରେ ଘଟିଛି ଏଭଳି ହୃଦୟ ବିଦାରକ ଘଟଣା । ଏହି ଦୁର୍ଘଟଣାରେ ବହୁ ଶ୍ରଦ୍ଧାଳୁ ଗୁରୁତର ହୋଇଛନ୍ତି।

ସୂଚନାନୁସାରେ, ତାଞ୍ଜାଭୋର କାଲିମେଡ୍ଡସ୍ଥିତ ଏକ ମନ୍ଦିରରେ ଗୁରୁପୂଜା ଉତ୍ସବ ପାଳନ ହେଉଥିଲା । ବୁଧବାର ସକାଳୁ ସକାଳୁ ମନ୍ଦିରରୁ ଏକ ରଥ ଯାତ୍ରା ବାହାରିଥିଲା। ଏଥିରେ ବହୁ ଭକ୍ତ ସାମିଲ ହୋଇଥିଲେ। ରଥ ଟାଣିବା ସମୟରେ ରଥଟି ଏକ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଯାଇଥିଲା। ଫଳରେ ଘଟଣାସ୍ଥଳରେ ୨ ଛୋଟ ଛୁଆଙ୍କ ସମେତ ସମୁଦାୟ ୧୦ ଜଣ ଜାଳି ଯାଇଥିଲେ | ସେହିପରି ଗୁରୁତର ଭାବେ ଆହତ ହୋଇଥିବା ଲୋକଙ୍କୁ ତାଞ୍ଜାଭୁର ମେଡିକାଲରେ ଭର୍ତ୍ତି କରାଯାଇଛି ।

ଏନ ଏନ ଏସ ଓଡ଼ିଆ ଜାତୀୟ ଦୁର୍ଘଟଣା