ଆଫାଗାନିସ୍ତାନରେ ମସଜିଦରେ ବିସ୍ଫୋରଣ ଘଟି ୫୦ରୁ ଉର୍ଦ୍ଧ୍ୱ ମୃତ

ଆଫାଗାନିସ୍ତାନରେ ମସଜିଦରେ ବିସ୍ଫୋରଣ ଘଟି ୫୦ରୁ ଉର୍ଦ୍ଧ୍ୱ ମୃତ

Spread this article

ଆଫଗାନିସ୍ତାନରେ ମସଜିଦଗୁଡିକୁ ଟାର୍ଗେଟ କରାଯାଉଛି । ଶୁକ୍ରବାର ସନ୍ଧ୍ୟାରେ ରାଜଧାନୀ କାବୁଲର ଏକ ମସଜିଦରେ ଭୟଙ୍କର ବିସ୍ଫୋରଣ ହୋଇଛି । ନମାଜ ପଢ଼ିବା ବେଳେ ମସଜିଦରେ ବିସ୍ଫୋରଣ ଯୋଗୁ ୫୦ ଜଣଙ୍କ ମୃତ୍ୟୁ ହୋଇଛି | ଏଥିରେ ବହୁ ଲୋକ ଆହତ ହୋଇଛନ୍ତି । ବିସ୍ଫୋରଣ ଏଠିକାର ଏକ ସୁନ୍ନି ମସଜିଦରେ ଘଟିଥିବା ଜଣାପଡିଛି । ତେବେ ବିସ୍ଫୋରଣ ପାଇଁ ଏ ପର୍ଯ୍ୟନ୍ତ କୌଣସି ସଂଗଠନ ନିଜକୁ ଦାୟୀ କରିନାହାନ୍ତି ।

ତାଲିବାନଙ୍କ କହିବାନୁସାରେ, ଶୁକ୍ରବାର ଥିବାରୁ ମସଜିଦରେ ନମାଜ ପାଠ ଚାଲିଥିଲା । ହଠାତ ସେହି ସମୟରେ ବିସ୍ପୋରଣ ହୋଇଥିଲା । ଘଟଣାସ୍ଥଳରେ ୫୦ଜଣରୁ ଅଧିକ ପ୍ରାଣ ହରାଇଥିବା ବେଳେ ୨୦ ଜଣ ଗୁରୁତର ହୋଇଛନ୍ତି । ଏହା ପୂର୍ବରୁ ଏପ୍ରିଲ ୨୧ ତାରିଖରେ ଆଫଗାନିସ୍ତାନର ଏକ ମସଜିଦରେ ଜୋରଦାର ବିସ୍ଫୋରଣ ହୋଇଥିଲା । ଯେଉଁଥିରେ ୫ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୬୫ରୁ ଅଧିକ ଗୁରୁତର ଆହତ ହୋଇଥିଲେ ।

ଅପରାଧ ଏନ ଏନ ଏସ ଓଡ଼ିଆ ଦୁର୍ଘଟଣା ସମଗ୍ର ଦୁନିଆ