ପର୍ଯ୍ୟଟକମାନଙ୍କ ପାଇଁ ଆଜି ଠାରୁ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ । ଆଜି ଠାରୁ ଜୁଲାଇ ୩୧ ଯାଏଁ ବିଶ୍ଵ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ପଯ୍ୟଟକମାନଙ୍କ ପାଇଁ ବନ୍ଦ କରାଯାଉଛି।
ସୂଚନା ଥାଉ କି ଏହି ସମୟ ହେଉଛି ବଉଳା କୁମ୍ଭୀରଙ୍କ ପ୍ରଜନନ ଋତୁ। ମାଆ କୁମ୍ଭୀର ଅନ୍ତଶ୍ୱତା ହେବା ପରେ ଅଣ୍ଡା ଦେବା ପାଇଁ ନିରାପଦ ସ୍ଥାନ ଖୋଜିଥାଏ । ଏହି ସମୟରେ କୁମ୍ଭୀର ମାନେ ସ୍ଥଳ ଭାଗକୁ ଉଠି ସୁରକ୍ଷିତ ସ୍ଥାନ ଦେଖି ବସା ବାନ୍ଧି ଅଣ୍ଡା ଦିଅନ୍ତି । ଏହି ସମୟରେ ମାଆ କୁମ୍ଭୀର ଅଧିକ ହିଂସ୍ର ହୋଇଥାଏ । ଏହି କାରଣରୁ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ଆଜି ଠାରୁ ତିନି ମାସ ପାଇଁ ଭିତରକନିକା ପର୍ଯ୍ୟଟକମାନଙ୍କ ପାଇଁ ବନ୍ଦ ରଖା ଯାଇଛି ବୋଲି ରାଜନଗର ବନଖଣ୍ଡ ଅଧିକାରୀ ଡ଼. ଯଜ୍ଞଦତ୍ତ ପତି ସୂଚନା ଦେଇଛନ୍ତି ।