ବଲାଙ୍ଗିର ଜିଲ୍ଲାରେ ହୃଦୟ ବିଦାରକ ଘଟଣା

ବଲାଙ୍ଗିର ଜିଲ୍ଲାରେ ହୃଦୟ ବିଦାରକ ଘଟଣା

Spread this article

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା । ଏଭଳି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଅନ୍ତର୍ଗତ ଜଡାମୁଣ୍ଡା ଗ୍ରାମରେ | ମୃତ ଯୁବକ ଜଣକ ହେଲେ ଜଡାମୁଣ୍ଡା ଗ୍ରାମର ରୂପକ ହନୁମାନ ।

ସୂଚନା ଅନୁସାରେ ଗତ ଶନିବାର ରାତି ପ୍ରାୟ ୯ଟା ୧୫ସମୟରେ ରୂପକ ହନୁମାନ (୨୬) ଙ୍କୁ ବାରମ୍ବାର କଲ ଆସିଥିଲା । ସେ ଘରୁ ବାହାରି ଯିବାର କିଛି ସମୟ ପରେ ତାଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିଲା । ଏହି ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟ ଯୁବକ ମାନେ ତାଙ୍କ ବଡ଼ଭାଇ ଦୀପକ ହନୁମାନଙ୍କୁ ଫୋନ କରି କହିଥିଲେ। ଗୁରୁତ୍ତର ଅବସ୍ଥାରେ ରୁପକଙ୍କ ପ୍ରଥମେ ଲୋଇସିଂହା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରତର ହେବାରୁ ତାଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଭୀମଭୋଇ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଯୁବକଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ଆକ୍ରମଣକାରୀମାନେ ଲୁହା ଛଡ଼ରେ ତାଙ୍କ ହାତ , ଗୋଡ଼ , ମୁଣ୍ଡ ଏବଂ ଛାତିରେ ଆଘାତ କରିଥିଲେ । ତାଙ୍କ ସାଙ୍ଗରେ ଥିବା ସରୋଜ ବିଶୀଙ୍କୁ ମଧ୍ୟ ମରଣାନ୍ତକ ଆକ୍ରମଣ କରିଥିଲେ | ଗୁରୁତର ଅବସ୍ଥାରେ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁଯାୟୀ ଏହା ପୂର୍ବରୁ ମଧ୍ୟ ରୁପକଙ୍କୁ କିଛି ଯୁବକ ହତ୍ୟା ଧମକ ଦେଉଥିବା ତାଙ୍କ ବଡ଼ଭାଇ ଅଭିଯୋଗ କରିଥିଲେ। ଏହି ଘଟଣାରେ ଉଜଲ ଜାଲ, ସତ୍ୟଜିତ ବାଗ, ବଡ଼ ବାରିକ , ସୁନ୍ଦର ସ୍ୱାଇଁ, ଦେବାନନ୍ଦ ତାଣ୍ଡି ପ୍ରମୁଖ ମିଶି ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା କହିଛନ୍ତି ତାଙ୍କ ବଡ଼ ଭାଇ ଦୀପକ। ଘଟଣାର ଖବର ପାଇ ଲୋଇସିଂହା ପୁଲିସ ଡ଼ାକ୍ତରଖାନାରେ ପହଞ୍ଚି ଶବ ବ୍ୟବଚ୍ଛେଦ କରାଇଥିବା ଜଣାପଡିଛି । ଏନେଇ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି।

ଅପରାଧ ଏନ ଏନ ଏସ ଓଡ଼ିଆ ରାଜ୍ୟ