ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟଙ୍କ ନୂଆ ନାମ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି | “ହୁ” ମୁଖ୍ୟ ଟେଡ୍ରୋସ ଅଧନୋମ ଘେବ୍ରିୟସଙ୍କ ଗୁଜୁରାଟି ନାମକରଣ କରିଛନ୍ତି ନରେନ୍ଦ୍ର ମୋଦୀ | ମୋଦି ତାଙ୍କ ନୂଆ ନାଁ ରଖିଛନ୍ତି ‘ତୁଳସୀ ଭାଇ’ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଦିନ ଗୁଜୁରାଟର ଗାନ୍ଧୀନଗରଠାରେ ଏକ ଦିବସୀୟ ଗ୍ଲୋବାଲ ଆୟୁଷ ଆଣ୍ଡ ଇନୋଭେସନ ସମିତିର ଉଦଘାଟନ କରିଛନ୍ତି ।
ଏହି କ୍ରମରେ ପ୍ରଧାନମନ୍ତ୍ରୀ ମୋଦି ମଜାଳିଆ ଢଙ୍ଗରେ କହିଥିଲେ “ହୁ”ର ମୁଖ୍ୟ ଡ. ଟେଡ୍ରୋସ ତାଙ୍କର ଜଣେ ଭଲ ବନ୍ଧୁ । ସେ ସବୁବେଳେ ମୋତେ କୁହନ୍ତି ଯେ ତାଙ୍କୁ ଭାରତୀୟ ଶିକ୍ଷକମାନେ ପଢ଼ାଇଛନ୍ତି | ଆଉ ସେମାନଙ୍କ ପାଇଁ ସେ ଆଜି ଏହି ସ୍ଥାନରେ ପହଞ୍ଚିଛନ୍ତି। ଆଜି ଡକ୍ଟର ଟେଡ୍ରୋସ୍ ଗୁଜୁରାଟି ଭାଷାରେ ଲୋକଙ୍କୁ ଅଭିବାଦନ ଦେଇଥିଲେ | ଏହାପରେ ସେ କହିଥିଲେ ଯେ ଏବେ ମୁଁ ପକ୍କା ଗୁଜୁରାଟୀ ହୋଇଯାଇଛି। ତେଣୁ ମୋତେ ଗୋଟେ ଗୁଜରାଟୀ ନାମ ଦିଅନ୍ତୁ | ଆଜିଠାରୁ ମୁଁ ମୋର ବନ୍ଧୁଙ୍କୁ ‘ତୁଳସୀ ଭାଇ’ ନାମରେ ଡାକିବି ବୋଲି କହିଥିଲେ ମୋଦି | ଏହାକୁ ନେଇ ସୋସିଆଲ ମିଡିଆରେ ଏବେ ବେଶ ଚର୍ଚ୍ଚା ହେବାରେ ଲାଗିଛି |
ଗୁଜରାଟରେ ୩ ଦିନିଆ ବିଶ୍ୱ ଆୟୁଶ ଇନଭେଷ୍ଟମେଣ୍ଟ ଓ ଇନୋଭେସନ ସମ୍ମିଳନୀକୁ ମୋଦି ଆଜି ଉଦଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଟେଡ୍ରୋସଙ୍କ ବ୍ୟତୀତ ମରିସସ ପ୍ରଧାନମନ୍ତ୍ରୀ ପ୍ରବୀନ୍ଦ ଜଗନାଥ ମଧ୍ୟ ଉପସ୍ଥିତ ରହିଥିଲେ।