ଛକରେ ବସିଥିବାବେଳେ ଯୁବକଙ୍କ ଉପରକୁ ଗୁଳିମାଡ

ଛକରେ ବସିଥିବାବେଳେ ଯୁବକଙ୍କ ଉପରକୁ ଗୁଳିମାଡ

Spread this article

କେନ୍ଦ୍ରାପଡ଼ାରେ ପୁଣି ଫୁଟିଲା ଗୁଳି | କେନ୍ଦ୍ରାପଡା ଜିଲ୍ଲା ନିକିରାଇ ଥାନା ସଦାନନ୍ଦପୁର ଛକରେ ହୋଇଛି ଗୁଳିକାଣ୍ଡ | ଗତକାଲି ରାତି ପ୍ରାୟ ୮ ଟା ସମୟରେ ଛକରେ ବସିଥିବା ସମୟରେ ଯୁବକଙ୍କ ଉପରକୁ ହୋଇଛି ଗୁଳିମାଡ | ଗୁଳି ଯୁବକଙ୍କ ଡାହାଣ ହାତରେ ବାଜିଥିବା ଜଣାପଡିଛି | ଆହତ ହୋଇଥିବା ବ୍ୟକ୍ତି ହେଲେ ଅଜୟ ପତି।

ଅଜୟ ପତି ଙ୍କ ଘର ଡେରାବିଶ ବ୍ଲକ ରଘୁଦେଇପୁର ଅଞ୍ଚଳରେ | ତେବେ ସେ କୌଣସି କାମରେ ନିକିରେଇ ଥାନା ସଦାନନ୍ଦପୁର ତାଙ୍କର ଜଣେ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ | ଏହି ସମୟରେ ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସି ହଠାତ ତାଙ୍କ ଘରେ ପଶି ଯାଇଥିଲେ | ପରେ ସେମାନେ ଅଜୟଙ୍କ ଛାତି ଉପରେ ବନ୍ଧୁକ ରଖି ଗୁଳି କରିବାକୁ ଉଦ୍ୟମ କରିଥିଲେ | କିନ୍ତୁ ଅଜୟ ସେମାନଙ୍କୁ ବିରୋଧ କରିବାକୁ ଚେଷ୍ଟା କଲାବେଳେ ଗୁଳି ତାଙ୍କ ହାତରେ ବାଜିଛି | ଅଜୟ ଆହତ ଅବସ୍ଥାରେ ସେମାନଙ୍କୁ କାବୁ କରିବାକୁ ତାଙ୍କ ପଛରେ ଗୋଡ଼ାଇ ଥିଲେ ମଧ୍ୟ ସେମାନେ ଫେରାର ହୋଇଯାଇଥିଲେ |

ଅଜୟଙ୍କ କହିବାନୁଯାୟୀ, ଗୁଳି କରିଥିବା ଯୁବକଙ୍କ ମଧ୍ୟରୁ ଜଣେ ହେଉଛନ୍ତି ସଦାନନ୍ଦପୁରର ପର୍ଶୁରାମ ପ୍ରଧାନ | କିନ୍ତୁ ସେ କାହିଁକି ତାଙ୍କ ଉପରକୁ ଗୁଳି ଚଳାଇଲେ ତାହା ସେ ଜାଣି ନାହାନ୍ତି ବୋଲି କହିଛନ୍ତି | ତେବେ ବର୍ତମାନ ପର୍ଯନ୍ତ ଗୁଳିମାଡ଼ର କାରଣ ଅସ୍ପଷ୍ଟ ରହିଛି | ଅଜୟଙ୍କୁ କେନ୍ଦ୍ରାପଡା ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇ ଚିକିତ୍ସା କରାଯାଇଛି | ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଏବେ ସ୍ଥିର ଥିବା ଡାକ୍ତର କହିଛନ୍ତି | ଉକ୍ତ ସ୍ଥାନରେ ଡେରାବିଶ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି | ସୂଚନା ଥାଉକି, କିଛି ଦିନ ତଳେ ମହାକାଳପଡ଼ା ଥାନା ଅଞ୍ଚଳରେ ଦୁର୍ବୃତ୍ତମାନେ ଜଣଙ୍କ ଉପରକୁ ଗୁଳି ଚଳାଇ ଫେରାର ହୋଇଯାଇଥିଲେ |

ଅପରାଧ ଏନ ଏନ ଏସ ଓଡ଼ିଆ ରାଜ୍ୟ