ସାପ ଦେଖିଲେ କାହାକୁ ବା ଡର ନଲାଗେ ? ଯେତେବଡ ବଳବାନ ଲୋକ ହୋଇଥିଲେ ବି ସାପକୁ ଦେଖିଲେ ଭୟଭୀତ ହୋଇପଡନ୍ତି | ଯଦି ଆମେ ବିଶାଳ ଅଜଗର ସାପ କଥା କହିବା, ତେବେ ଏହା ଜୀବଜନ୍ତୁଙ୍କ ସମେତ ମଣିଷଙ୍କୁ ମଧ୍ୟ ଗିଳି ପକାଇଥାଏ | ସେଥିପାଇଁ ସର୍ବଦା ସାପମାନଙ୍କ ଠାରୁ ଦୂରରେ ରହିବାକୁ ପରାମର୍ଶ ଦିଆଯାଇଥାଏ | କିନ୍ତୁ ଆଜିକାଲି ସୋସିଆଲ ମିଡିଆରେ ଏକ ଭୟଭୀତ କଲାଭଳି ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ ଜଣେ ବ୍ୟକ୍ତି କାନ୍ଧରେ ଦୁଇଟି ବିରାଟ ଅଜଗର ସାପ ପକାଇ ନାଚୁ ଥିବା ଦେଖିବାକୁ ମିଳୁଛି |
ଏହି ଭିଡିଓକୁ ଦେଖିଲେ ଆପଣ ମଧ୍ୟ ଜିଭ କାମୁଡି ପକାଇବେ | କିଭଳି ଜଣେ ବ୍ୟକ୍ତି ବିନା ଭୟରେ କାନ୍ଧରେ ଦୁଇଟି ବିଶାଳ ଅଜଗର ପକାଇ ଡ୍ୟାନ୍ସ କରୁଛି | ଏହି ବ୍ୟକ୍ତି ଜଣଙ୍କ ମୁହଁରେ ମାସ୍କ ଏବଂ ମୁଣ୍ଡରେ ଟୋପି ପିନ୍ଧିଥିବା ନଜର ଆସିଛନ୍ତି। ତାଙ୍କ କାନ୍ଧରେ ଦୁଇଟି ଅଜଗରର ମୁଣ୍ଡକୁ ରଖିଥିବା ବେଳେ ସାପର ଅନ୍ୟ ଅଂଶ ତଳେ ଝୁଲି ରହିଛି | ଏହି ଭିଡିଓଟି ୱାର୍ଲଡ -ଅଫ -ସ୍ନେକ ନାମକ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଅପଲୋଡ୍ ହୋଇଛି | ଭିଡିଓ ଦେଖି ଜଣେ ୟୁଜର୍ସ ଲେଖିଛନ୍ତି, ବୋଧହୁଏ ବ୍ୟକ୍ତି ଜଣକ ତାଙ୍କ ଜୀବନରେ ଥକି ଯାଇଛନ୍ତି, ସେଥିପାଇଁ ଭୟଙ୍କର ସାପ ସହିତ ଖୁସି ମନାଉଛନ୍ତି ।