ଭୁବନେଶ୍ବର,(ଏନଏନଏସ ଓଡ଼ିଆ /୨୭.୦୨): ଜୀବନକୁ କେତେ ବା ବୁଝିଛୁ ଆମେ । ଜୀବନ ଠିକ ସମୁଦ୍ର ପରି ଗଭୀର । ସେଇ ଗଭୀରତାକୁ ବୁଝିଥିଲେ ବାଲେଶ୍ୱର ଜିଲ୍ଲା ସମୁଦ୍ରର କୂଳରେ ଥିବା ଶଙ୍ଘାରି ଗ୍ରାମର ମଣ୍ଟୁ । ହାଇସ୍କୁଲ ପାଠପଢା ବେଳେ ଆରମ୍ଭ ହୋଇଥିଲା ମଣ୍ଟୁଙ୍କର ସାହିତ୍ୟ ଜୀବନ । ସମୁଦ୍ରକୁ ନିରିଖେଇ ନିରିଖେଇ ମଣ୍ଟୁଙ୍କ କଲମରୁ ଜନ୍ମ ପାଇଥିଲା ଗଳ୍ପ ସଂକଳନ “ସମୁଦ୍ରର କ୍ଷୁଦା” ଆଉ ପରେ ପରେ ମଣ୍ଟୁ ପରିଚିତ ହେଲେ ସାହିତ୍ୟ ଜଗତରେ ସମସ୍ତଙ୍କ ପ୍ରିୟ ମନୋଜ ଦାସ ଭାବରେ । ଆଜି ମନୋଜ ଦାସଙ୍କ ଜନ୍ମ ଜୟନ୍ତୀ ଅବସରରେ ତାଙ୍କୁ ଏନଏନଏସ ଓଡ଼ିଆ ପରିବାର ତରଫରୁ କୋଟି ପ୍ରଣାମ ।